December 23, 2025
Home » ବୋଲେରୋ ଗାଡିରୁ ବାହାରିଲା 12 ଲକ୍ଷ 15 ହଜାର ଟଙ୍କା: ଚାରି ଗିରଫ

ବୋଲେରୋ ଗାଡିରୁ ବାହାରିଲା 12 ଲକ୍ଷ 15 ହଜାର ଟଙ୍କା: ଚାରି ଗିରଫ

0
WhatsApp Image 2025-08-01 at 12.33.46 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ ଗତ 30 ତାରିଖ ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ କରି ଏକ ବୋଲେରୋ ଗାଡିକୁ ଯାଞ୍ଚ କରିବା ବେଳେ ବିଡା ବିଡା ଟଙ୍କା ଭର୍ତ୍ତି ଏକ ବଡ଼ ପ୍ୟାକେଟ ମିଳିଥିବା ରାମପୁର ପୋଲିସ ପାଖରୁ ସୂଚନା ମିଳିଛି | ରାମପୁର ଥାନା ଆଇଆଇସି ପଦ୍ମାସିନୀ ମେହେରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ 30 ତାରିଖ ଦିନ ସମଗ୍ର ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ଲକିଙ୍ଗ କରାଯାଇଥିବା ବେଳେ ରାମପୁର ପୋଲିସ ମଧ୍ୟ ନିଜ ସୀମା ସିଲ କରି ଗାଡି ମୋଟର ଯାଞ୍ଚ କରୁଥିବା ବେଳେ ବିଳମ୍ବିତ ରାତିରେ ଏକ ବୋଲେରୋକୁ (OD – 03 S -3302) ସନ୍ଦେହ କରି ଯାଞ୍ଚ କରିଥିଲେ | ଉକ୍ତ ବୋଲେରୋ ଗାଡି ଭିତରେ ଡ୍ରାଇଭରକୁ ମିଶାଇ 4 ଜଣ ଯୁବକ ଥିବା ବେଳେ ସମସ୍ତେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ |

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ଭବାନୀଶଙ୍କର ବାରିକ (27),ସଚିନ ଖଟୁଆ (23), ଧୀରେନ୍ଦ୍ର ମାଝୀ (27) ଏବଂ ସର୍ଗିପାଲିର ବୃନ୍ଦାବନ କୁଅଁର ବୋଲି ଜଣା ପଡିଛି | ତେବେ ଉକ୍ତ ଗାଡି ମଧ୍ୟରେ ଏକ ବଡ଼ ପ୍ୟାକେଟରେ ଟଙ୍କା ଥିବା ଜାଣି ସମସ୍ତଙ୍କୁ ରାମପୁର ଥାନାକୁ ଆଣି ଅଟକ ରଖିଥିଲେ |ତେବେ ଗତକାଲି ଉକ୍ତ ପ୍ୟାକେଟ ଯାଞ୍ଚ କରାଯିଵା ପରେ ସେଥୁରୁ 12 ଲକ୍ଷ 15 ହଜାର 700 ଟଙ୍କା ଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀମତୀ ମେହେର |ତେବେ ଏତେ ଟଙ୍କା କେଉଁଠୁ ଆଣିଲ ବୋଲି ପଚାରିବାରୁ ବରଗଡ଼ ହଳଦୀପାଳି ଛକରୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆଣିଥିବା ଏବଂ କଣ୍ଟାମାଳ ନେଇଯାଉଥିବା କହିଥିଲେ, ତେବେ ଏହା ଚୋରି ଟଙ୍କା ହୋଇଥିବା ବେଳେ ଏହାକୁ ସ୍ଥାନାନ୍ତର କରାଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି | ଏନେଇ ଏକ ଚୋରି ମାମଲା ରୁଜୁ କରି ତଦନ୍ତ କରିବା ସହ ସମସ୍ତ ଚାରିଜଣ ଯୁବକଙ୍କୁ ରାମପୁର କୋର୍ଟକୁ ଚାଲାଣ କରଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତ କୁ ପଠା ଯାଇଥିବା ଆଇଆଇସି ଶ୍ରୀମତୀ ମେହେର ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *