ମାଲବାହୀ ଗାଡି ପାଇଁ ନୂଆ ରେଳ ଲାଇନ ଓ ଶସ୍ୟ ପଣ୍ୟାଗାର ପାଇଁ ରେକ ପଏଣ୍ଟ ସମ୍ପୂର୍ଣ୍ଣ

ସୁବର୍ଣ୍ଣପୁର: ନବନିର୍ମିତ ସୋନପୁର ରେଳ ଷ୍ଟେସନ ରେ ମାଲବାହୀ ଗାଡି ଚଳାଚଳ ପାଇଁ ନୂଆ ରେଳ ଲାଇନ ଓ ଶସ୍ୟ ପଣ୍ୟାଗାର ପାଇଁ ରେକ ପଏଣ୍ଟ ଯୁଦ୍ଧ କାଳୀନ ଭିତ୍ତିରେ କାମ ସମ୍ପୂର୍ଣ୍ଣ ପାଇଁ ପଦକ୍ଷେପ ନେଇ ମାଲ ସରବରାହ ହୋଇପାରିଥିବା ଯୋଗୁଁ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ ଗଣକ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା ପୂର୍ବତଟ ରେଳପଥ ଜେନେରାଲ ମେନେଜର, ସମ୍ବଲପୁର ଡିଭିଜନ ଡି ଆର ଏମ ଓ ସିନିୟର ଡି ସି ଏମ ଶ୍ରୀମତୀ ଗରିମା ତିୱାରୀ ଙ୍କୁ କୃତଜ୍ଞତା ଜଣାଇବା ସହ ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଓ ସର୍ବୋପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଉଲ୍ଲେଖ ଯୋଗ୍ୟ ଯେ, ମାଲଗାଡି ପରିବହନ ସୁବିଧା ନ ଥିବା ସୋନପୁର ରେଳ ଷ୍ଟେସନ ରେ ନୂତନ ମାଲଗାଡି ଲାଇନ ଓ ଧାନ, ଚାଉଳ, କପା ଗଛିତ ଓ ସରବରାହ ପାଇଁ ରେକ ପଏଣ୍ଟ ନିର୍ମାଣ ପାଇଁ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା ରେଳ ଦପ୍ତର ରେ ଦୃଢ ଦାବି ଜଣାଇବା ପରେ ପୂର୍ବତଟ ରେଳପଥ ବିଭାଗ ଏହି କାର୍ଯ୍ୟ ସମ୍ପାଦନ କରି ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ମିଲର ଙ୍କୁ ଓ ବ୍ୟବସାୟୀ ଙ୍କୁ ଉପକୃତ କରିବା ସହିତ ଲୋଡ଼ିଂ, ଅନଲୋଡ଼ିଂ ପାଇଁ ବହୁ ସଂଖ୍ୟକ ଶ୍ରମିକ ନିଯୁକ୍ତି ର ସୁଯୋଗ ସୃଷ୍ଟି ହୋଇପାରିବ l ଏହି ପଦକ୍ଷେପ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…