ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ
ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ନୂତନ ଉପ ଜିଲ୍ଲାପାଳ ଭାବରେ ଯୋଗ ଦେଇଛନ୍ତି। ଆଜି ସେ ତାଙ୍କ କାର୍ଯ୍ୟଳୟ ରେ ଯୋଗଦାନ କରିବା ପରେ ସେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସ୍ଥାନୀୟ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରେକ୍ଷା ଅଗ୍ରୱାଲ ଆଇଏଏସ୍ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ସମାପ୍ତ କରିବା ପରେ ସେ ସମ୍ପ୍ରତି ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲେ। ସେ ୨୦୨୨ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୦ ନମ୍ବର ସ୍ଥାନ ହାସଲ କରିଥିଲେ। ସେ ୨୦୧୮ ମସିହାରେ ଭୋପାଳର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ପାସ୍ କରିଛନ୍ତି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
