ଯୋଗାଚାର୍ଯ୍ୟ ଯଜ୍ଞଦତ୍ତଙ୍କ ବିୟୋଗ
ଭୁବନେଶ୍ୱର: – ଯୋଗାଚାର୍ଯ୍ୟ ଯଜ୍ଞଦତ୍ତ ଆର୍ଯ୍ୟଙ୍କର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ରାଉରକେଲାର ଦେଦବ୍ୟାସ ଠାରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରଯାଇଛି। ଯଜ୍ଞଦତ୍ତ ସଂସ୍କୃତ ମହା ବିଦ୍ୟାଳୟରେ ଅଧ୍ୟାପନା ସହିତ ବହୁତ ଉପାଦେୟ ପୁସ୍ତକ ରଚନା କରିଛନ୍ତି।ତାଙ୍କ ବିୟୋଗରେ ପୋଖରୀପୁଟ ମଧୁସୂଦନ ପାର୍କ ଜଗନ୍ନାଥ ଯୋଗାଳୟ ପକ୍ଷରୁ ଆର୍ଯ୍ୟଙ୍କ ବନ୍ଧୁ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
