December 20, 2025
Home » ଦୂରଦର୍ଶୀ’ର ୧୭ତମ ସନକ୍ଷତ୍ର ଉତ୍ସବ

ଦୂରଦର୍ଶୀ’ର ୧୭ତମ ସନକ୍ଷତ୍ର ଉତ୍ସବ

0
WhatsApp Image 2025-08-07 at 4.54.39 PM

ଭୁବନେଶ୍ୱର:୦୬/୮: ମାସିକ ସମ୍ବାଦଭିଭିକ ପତ୍ରିକା ‘ଦୂରଦର୍ଶୀ ସ୍ଥାନୀୟ ଜୟଦେବ ଭବନଠାରେ ତାର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଥିଲା.ସଂପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ପଦ୍ମବିଭୂଷଣ ସୁଦର୍ଶନ ସାହୁ,ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ,ପଦ୍ମଶ୍ରୀ ଅଦ୍ଵୈତ ଗଡ଼ନାୟକ,ସାହିତ୍ୟିକ ଗୌରହରି ଦାସ, ପ୍ରଫେସର ମୃଣାଳ କୁମାର ଚାର୍ଟାଜୀ, ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂହ, ଡ. ପ୍ରବୋଧ ମହାନ୍ତି , ସୁବ୍ରତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଦୂରଦର୍ଶୀର ଦୀର୍ଘ ୧୭ ବର୍ଷର ସଫଳ ଜୟଯାତ୍ରା ପାଇଁ ପତ୍ରିକାର ସମ୍ପାଦକ ତ‌ଥା ପ୍ରକାଶନ କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଶୁଭଅବସରରେ ଦୂରଦର୍ଶୀର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ୧୬ ଜଣ ଅନନ୍ୟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ‘ଦୂରଦର୍ଶୀ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ: ଡ. ଜୟକୃଷ୍ଣ ପାଣିଗ୍ରାହୀ ( ବିଶିଷ୍ଟ ପରିବେଶ ବିଶେଷଜ୍ଞ), ଶ୍ରୀଯୁକ୍ତ ମନୋଜ ଜେନା ( ବିଶିଷ୍ଟ ମାନବାଧିକାରବିତ୍), ହର ପ୍ରସାଦ ଦାସ (ବିଶିଷ୍ଟ ସାମ୍ବାଦିକ)‘ଦୂରଦର୍ଶୀ’ର ସଂପାଦକ ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ.ପ୍ରସନ୍ନ ବିଶୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜଗନ୍ନାଥ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ.

Leave a Reply

Your email address will not be published. Required fields are marked *