December 3, 2025
Home » ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳିତ

ମଧୁସୂଦନ ପାର୍କରେ ସ୍ଵାଧୀନତା ଦିବସ ପାଳିତ

0
WhatsApp Image 2025-08-17 at 3.02.29 PM

ଭୁବନେଶ୍ୱର:- ପୋଖରୀ ପୁଟ ମଣ୍ଣିଙ୍ଗ ୱାକର୍ସ ଆସୋସିଏସନ୍ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାର୍କ ପରିସରରେ ଆସୋସିଏସନ୍ ର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି କର୍ଣ୍ଣେଲ ବି. କେ.ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ଆନ୍ଦୋଳନର ପଟ୍ଟଭୂମି ଉପରେ ଆଲୋଚନା କରିଥିଲେ। ଶ୍ରୀ ସାମଲ ପ୍ରାରମ୍ଭିକ ଭାଷଣରେ ନାଗରିକ ମାନଙ୍କ ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ।ଏହି ଅବସରରେ ପ୍ରବୀର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢ଼ୀ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲା ବେଳେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ହର୍ଷ ବର୍ଦ୍ଧନ ଉଦଗାତା ଦେଶପ୍ରେମ ସଙ୍ଗୀତ ଗାନ କରିଥିଲେ।

Leave a Reply

Your email address will not be published. Required fields are marked *