August 27, 2025
Home » ଦୁଷ୍କର୍ମ କରି ଗିରଫ ହେଲେ ରସିକିଆ ପୋଲିସ ବାବୁ,

ଦୁଷ୍କର୍ମ କରି ଗିରଫ ହେଲେ ରସିକିଆ ପୋଲିସ ବାବୁ,

0
WhatsApp Image 2025-08-16 at 7.47.15 PM

ଫୁଲବାଣୀ (ଇପି ଉଇକ୍ଲି ନ୍ୟୁଜ, ରିପୋର୍ଟ ସୁରେଶ କୁମାର ପତି) କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡ ଙ୍କ ସ୍ତ୍ରୀ ଙ୍କୁ ଦୁଷ୍କର୍ମ କରି ଜେଲ୍ ଗଲେ ଗୋଚ୍ଛାପଡ଼ା ଥାନାର ପୂର୍ବତନ ଏସ୍ ଆଇ ସ୍ମୃତି ସାଗର ସାମଲ l ଏସ୍ ଆଇ ଜଣଙ୍କ ଗୋଚ୍ଛାପଡ଼ା ଥାନାରେ କାର୍ଯ୍ୟ ରତ ଥିବା ସମୟରେ ଜଣେ ଗରିବ ନିରୀହ ହୋମଗାର୍ଡ କର୍ମଚାରୀ ଙ୍କୁ ମିଥ୍ୟା କେସ୍ ରେ ଫସେଇ ବା ଧମକ ଦେଇ ତାଙ୍କ ସ୍ତ୍ରୀ ଙ୍କ ସହିତ ଅନିଚ୍ଛା ସତ୍ୱେ ସାରୀରିକ ସମ୍ପର୍କ ରଖି ତାଙ୍କୁ ନାହିଁନ ଥିବା ହଇରାଣ ହରକତ କରିବା ସହିତ ନିରୀହ ହୋମଗାର୍ଡ କର୍ମଚାରୀ ଙ୍କୁ ଶେଷରେ ଅନେକ ଷଡ଼ ଯନ୍ତ୍ର କରି ଫସେଇ ଥିବା ପୂର୍ବରୁ ଅଭିଯୋଗ ହେଇଥିଲା l ଉକ୍ତ ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମ କାରି ଏସ୍ ଆଇ ବାବୁ ଙ୍କୁ ଜିଲ୍ଲା ଆରକ୍ଷୀକ ଅଧିକାରୀ ତାଙ୍କୁ କୋଟଗଡ଼ ଥାନା କୁ ବଦଳି କରିଥିଲେ l ଶେଷରେ ତାଙ୍କର ପ୍ରେମ ଏତେ ଉଛୁଳିଲା ଜେ ଏସ୍ ଆଇ ଜଣଙ୍କ ପୁଣି ସେଇ ହୋମଗାର୍ଡ କର୍ମଚାରୀ ଙ୍କ ସ୍ତ୍ରୀ ଙ୍କୁ ପୋଲିସ୍ ର ପାୱାର ଦେଖେଇ ଧମକ୍ ଦେବା ସହିତ ଦୁଷ୍କର୍ମ କରିଥିବା ଗୋଚ୍ଛାପଡ଼ା ଥାନାରେ ହୋମଗାର୍ଡ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି l ଉକ୍ତ ଅଭିଯୋଗ କୁ ଆଧାର କରି ଏସ୍ ଆଇ ସ୍ମୃତି ସାଗର ସାମଲ ଙ୍କୁ ଗୋଚ୍ଛାପଡ଼ା ଥାନା ପୋଲିସ୍ ଗିରପ୍ କରିଥିବା ଜଣା ପଡ଼ିଛି l ନିରହ ତଳିଆ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ନିଜ ନିଜ ର ବ୍ୟକ୍ତିଗତ କାର୍ଯ୍ୟ ରେ ବ୍ୟହାର କରି ବା ସହିତ ନାହିଁନ ଥିବା ନିର୍ଯାତନା ଦେଉଥିବା ବାରମ୍ବାର ଅଭିଯୋଗହେବା ସହିତ ଅନେକ ଥର ଏନେଇଁ ଖବର ପ୍ରସାରଣ ମଧ୍ୟ ହେଇଅଛି l କିନ୍ତୁ ତଳିଆ କର୍ମଚାରୀ ଙ୍କୁ ପଚାରେ କିଏ କହିବା ଭଳି ମନ ଇଚ୍ଛା ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି l ଓଡ଼ିଶା ରାଜ୍ୟରେ ସରକାର ହୋମଗାର୍ଡ ମାନଙ୍କ ପ୍ରତି ଲୁଚୁକାଳୀ ଖେଳ ଖେଳୁଥିବା ଏବେ ସାମ୍ନାକୁ ଆସୁଛି l କୌଣସି ସରକାରୀ ବେସରକାରୀ କାର୍ଯ୍ୟ କ୍ରମ ହେଲେ ପ୍ରଶାସନ ତରଫରୁ ପ୍ରଥମେ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଆଗ ଧାଡ଼ିରେ ରଖି ଅନ୍ୟ କର୍ମଚାରୀ ମାନଙ୍କୁ ପଛରେ ରଖିଥାନ୍ତି l ସବୁ କାର୍ଯ୍ୟ ରେ ହୋମଗାର୍ଡ କର୍ମଚାରୀ ମାନେ ନିଜର ବହୁମୂଲ୍ୟ ସମୟ ଦେଇ ଦିନ ମଜୁରୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ତାଙ୍କୁ ସେଇ ଦିନ ମଜୁରୀ ମଧ୍ୟ ସଠିକ ଭାବେ ଦିଆଯାଉନି l ରାଜ୍ୟରେ ପ୍ରାୟ 17 ହଜାର ରୁ ଉର୍ଦ୍ଧ ହୋମଗାର୍ଡ କର୍ମଚାରୀ ଅଛନ୍ତି କିନ୍ତୁ ତାଙ୍କ ଦୁଃଖ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବୁଝୁନ ଥିବାରୁ ସେମାନେ ସରକାର ଙ୍କ ପାଖରେ ଦୁଃଖିତ l ତା ସହିତ ନିରୀହ ତଳିଆ ହୋମଗାର୍ଡ କର୍ମଚାରୀ ଦେଖି ତାଙ୍କ ପରିବାର ମାନ ଙ୍କୁ ହିନ୍ନ ଆଖିରେ ଦେଖିଥାନ୍ତି l ଯାହାକି ଏବେ କନ୍ଧମାଳ ଜିଲ୍ଲା ରେ ଲଜ୍ୟା ଜନକ ଘଟଣା ଘଟିଛି l ନୂତନ ମୁଖ୍ୟମନ୍ତ୍ରୀ ଏବଂ ନୂତନ ଆଇନ୍ ମନ୍ତ୍ରୀ ଏହି ଦୁଷ୍କର୍ମ କାରି ଏସ୍ ଆଇ ସ୍ମୃତି ସାଗର ସାମଲ ଙ୍କୁ କେବେ ଫାସୀ ଦେଉଛନ୍ତି ନା ଘଣ୍ଟ ଘୋଡ଼ା ନୀତି କରୁଛନ୍ତି ନା କେବଳ ଗରିବ ନିରୀହ ମିଥ୍ୟା ଦୁଷ୍କର୍ମ କେସ୍ ରେ ଫସି ଥିବା ପୁରୁଷ ମାନଙ୍କୁ ଉଚିତ୍ତ୍ ନ୍ୟାୟ ପ୍ରଦାନ କରଉଛନ୍ତି ତାହା ଦେଖିବା ଅପେକ୍ଷାରେ କନ୍ଧମାଳ ବାସି l

Leave a Reply

Your email address will not be published. Required fields are marked *