August 27, 2025
Home » ବରଗଡ଼ ରେ ବିଶାଳ ଚାଷୀ ସମାବେଶ ବରଗଡ଼

ବରଗଡ଼ ରେ ବିଶାଳ ଚାଷୀ ସମାବେଶ ବରଗଡ଼

0
WhatsApp Image 2025-08-18 at 11.14.19 PM

ବରଗଡ଼ ଜିଲ୍ଲା ସଦରମହକୁମା ବରଗଡ଼ ନଦୀପଡା ଗଣେଶରାମ ଭବନ ଠାରୁ ଏକ ବିରାଟ କୃଷକ ରେଲି ରାଜ୍ୟ ସରକାର ଙ୍କ କୃଷକ ମାରଣନୀତି , ଚାଷୀ ପଞ୍ଜିକରଣ ରେ ଲଗାଇଥିବା । ବିଭିନ୍ନ ନିୟମ ତଥା ବଂଶାବଳୀ ବିରୁଦ୍ଧରେ,ସାର କଳାବଜାରୀ,ନକଲୀ କୀଟନାଶକ ତଥା କୃଷିବିମା ଟାଳଟୁଳ ନୀତି ,ପେଟାକୁହା ର ସହାୟତା ପ୍ରଦାନ ରେ ବିଲମ୍ବ ଆଦି ବିବିଧ କୃଷକ ସମସ୍ୟା ର ସମାଧାନ ଦାବୀ ନେଇ ବିଜୁ ଜନତା ଦଳ ବରଗଡ଼ ଏକ ବିଶାଳ କୃଷକ ସମାବେଶ କରି ରାଜ୍ୟ ସରକାର ଙ୍କ ଏତାଦୃଶ ନୀୟମ ବିରୁଦ୍ଧରେ ବରଗଡ଼ ନଦୀପଡା ଗଣେଶରାମ ଭବନ ରୁ ନାରା ବାଜି ସହ ସହର ପରିକ୍ରମା କରି ଗାନ୍ଧୀ ଛକରେ ପହଞ୍ଚି ଥିଲେ ।

ଗାନ୍ଧୀଛକ ଠାରେ ବରଗଡ଼ ଜିଲ୍ଲା ବିଜୁଜନତା ଦଳ ର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରଗଡ଼ ର ପୂର୍ବତନ ବିଧାୟକ ଦେବାଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ,ରୀତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ବିଧାୟକ ନିରଂଜନ ପୂଜାରୀ, ସୁଦର୍ଶନ ହରିପାଳ,ଯୋଗେଶ ସିଂ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର , ପୂର୍ବତନ ବିଧାୟକ ଆୟୁବ ଖାଁ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା ପ୍ରମୁଖ ସରକାର ଙ୍କ ବିଫଳତା ଉପରେ ପ୍ରତିବାଦ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ସମାବେଶ ରେ ବରିଷ୍ଠ ନେତା ଗୈାରହରି ମିଶ୍ର , ହରି ଶଙ୍କର ବେହେରା, ପ୍ରଫୁଲ୍ଲ ନାଏକ,ଲାଲ ବିକ୍ରମ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ମହିଳା ସଭାନେତ୍ରୀ ନୀଳକୁମାରୀ ନାଏକ ,ଙ୍କ ସହ ପଶ୍ଚିମ ଓଡ଼ିଶାର ସହସହ ଚାଷୀ ଯୋଗଦାନ କରିଥିଲେ । ପରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *