ଆଜି ଦେଓଗଡ ସହର ୧୨ ଘଣ୍ଟିଆ ବନ୍ଦ

ଦେଓଗଡ ସହର ଯୁବକ ଏକତା ମଞ୍ଚ ତରଫରୁ ଦେଓଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କିଛି ଦିନ ପୂର୍ବରୁ ଯାହାକି ଜୁନ ୩ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝୀ ଦେଓଗଡ଼ ଜିଲ୍ଲା ଦିନିକିଆ ଗସ୍ତ କରି ଏକ ୬ ମହଲା ବିଶିଷ୍ଟ ଦେଓଗଡ ସହର ଠାରୁ ୬ କିଲୋ ମିଟର ଦୂରତା ମଧ୍ୟରେ ଅବସ୍ଥିତ ମେଡ଼ିକାଲ କୁ ଉଦଘାଟନ କରିଥିଲେ। ଯାହାକି ଉଦଘାଟନର ଏକମାସ ପରେ ସଂପୂଣ୍ଣ ଭାବେ ଦେଓଗଡ଼ ସହର ରେ ଥିବା ମୁଖ୍ୟ ଚିକିତ୍ସାଳୟ ଟି ନୂତନ ଭାବେ ଅବସ୍ଥାପିତ ହୋଇଥିବା ମେଡ଼ିକାଲ କୁ ସ୍ଥାନାତିରିତ୍ ହେବା ଫଳରେ ଦେଓଗଡ଼ ସହରେ ପାଖାପାଖି ଜନସଂଖ୍ୟା ୩୦/୪୦ ହଜାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏକ ନୂତନ ଯୁବ ଏକତା ମଞ୍ଚ ସଂଗଠନ ଏକତ୍ରିତ ହୋଇ ପୁରୁଣା ମେଡ଼ିକାଲକୁ ୨୪ ଘଣ୍ଟିଆ ମେଡ଼ିକାଲ ସେବା ଯୋଗାଇବା ପାଇଁ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଥିଲେ।
ଦେଓଗଡ଼ ଜିଲ୍ଲାର ସର୍ବଦଳୀୟ ରାଜନୈତିକଦଳ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ କୁମାର ମାଇନିଙ୍ଗ ଙ୍କୁ ସାକ୍ଷାତ କରି ଦେଓଗଡ ସହର ପୁରୁଣା ମେଡ଼ିକାଲକୁ ୨୪ ଘଣ୍ଟିଆ ସେବା ଯୋଗାଇବା ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଶାସକ ଦଳର ଦେଓଗଡ ଜିଲ୍ଲା ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ ମହୋଦୟ ଓ ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣଗ୍ରାହୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଙ୍କୁ ସାକ୍ଷାତ ଆଲୋଚନା କରି ଦେଓଗଡ ସହର ପୁରୁଣା ମେଡ଼ିକାଲ କୁ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ବିଶେଷ ସୂତ୍ରରୁ ପ୍ରକାଶକି ଗତକାଲି ୨୦/୦୮/୨୫ ଦିନ ଏକ ଶାସକ ଦଳର ଟିମ ଜିଲ୍ଲା ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ ଓ ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହି ଅନ୍ଧୋଳନ କାରୀ ଙ୍କ ପ୍ରତିନିଧି ଭାଗରେ ଦେଓଗଡ଼ ଠାରୁ ଭୁବନେଶ୍ବର ପଦ ଯାତ୍ରା ରେ ଆସିଥିବା ଅର୍ଣ୍ଣବ ପଣ୍ଡା ସହଭାଗିତାରେ ଭୁବନେଶ୍ଵର ସେକ୍ରେଟ୍ରେରିଏଟ ଠାରେ ପୁନର୍ବାର ସାକ୍ଷାତ କରି ଦେଓଗଡ ସହର ପୁରୁଣା ମେଡ଼ିକାଲ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଦାବିପତ୍ର ପୂରଣ ସମଧିୟ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦେଓଗଡ ସହରବାସୀ ଙ୍କ ଯଥାଶୀଘ୍ର ଆଶା ଅନୁଯାୟୀ ପୁରୁଣା ମେଡ଼ିକାଲ କୁ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ନମିଳିବାରୁ ଆଜି ଦେଓଗଡ ସହର ୧୨ ବନ୍ଦ ପାଳନ ଜାରି ରହିଛି। ଯାହାକି ସରକାରୀ ବେସରକାରୀ ଅନୁଷ୍ଠାନ ସ୍କୁଲ୍ କେଲେଜ ଦୋକାନ ବଜାର ଯାନ ବାହନ ଚଳାଚଳ ବନ୍ଦ ରହିଛି।
ଅନ୍ୟ ପକ୍ଷରେ ଦେଓଗଡ଼ ଜିଲ୍ଲାପାଳ ମହୋଦୟ ବିଭାଗୀୟ ଅଧିକାରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ପାଇଁ ଲିଖିତ ପତ୍ର ଜରୀଆରେ ପ୍ରଦାନ କରିଥିବାର ଜଣାପଡ଼ିଛି।
ଦେଓଗଡ଼ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।