August 21, 2026
Home » “ମରଣଯନ୍ତା ପାଲଟିଛି ରାସ୍ତା , ମରାମତି ଦାବୀରେ ଭେଡେନ

“ମରଣଯନ୍ତା ପାଲଟିଛି ରାସ୍ତା , ମରାମତି ଦାବୀରେ ଭେଡେନ

0
WhatsApp Image 2025-08-23 at 8.31.52 PM

ଭେଡେନ ବ୍ଳକ ଅନ୍ତର୍ଗତ ଜାଣ୍ଡୋଲ ଠାରୁ ଧୂବେନପାଲି ରାସ୍ତା ରେ ଛୋଟ, ବଡ଼ ଖାଲ ସୃଷ୍ଟି ହୋଇ ବିପଦ ସଂକୃଲ ଅବସ୍ଥା ରେ ପଡ଼ିଛି ।ଗତକିଛି ମାସ ପୂର୍ବରୁ ଗଣମାଧ୍ୟମ ତଥା ସାମାୟିକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଁ ଖାଲ ମାନଙ୍କ ରେ ପଥର ଗୁଣ୍ଡ ପକାଇ ସମାନ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ତାହା ଉଡ଼ିଯାଇ ପୁଣି ବଡ଼ ଛୋଟ ଖାଲ ରେ ପରିଣତ ହେଲା । ଏହି ରାସ୍ତା ଟି ବ୍ୟସ୍ତବହୁଳ ଅଟେ । ପ୍ରତିଦିନ ଶହଶହ ଲୋକ ଯାତାୟତ କରନ୍ତି । ଶହଶହ କର୍ମଚାରୀ ଏହି ରାସ୍ତା ରେ ଭେଡେନ କୁ ଆସିଥାନ୍ତି । ସ୍କୁଲ, କଲେଜ ର ଛାତ୍ରଛାତ୍ରୀ ମାନେ ସାଇକେଲ ରେ ପାଠପଢିବାକୁ ଆସିଲା ବେଳ ଦୁର୍ଘଟଣା ର ଶିକାର ହେଉଛନ୍ତି । ଜାଣ୍ଡୋଲ ପାଖରେ ରାସ୍ତା ଉପରେ ଅଳିଆ ଅବର୍ଜନ ପାଉଥିବାରୁ ରାସ୍ତା ଟି ସକିଣ୍ଣ ହୋଇଯାଇଛି। ପୁଣି ରାସ୍ତା କଡ଼ରେ କେନାଲ ଥିବା ରୁ ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି । ବରପାଲି ବ୍ଳକ ବଲିଟିକ୍ରା କୁ ରାସ୍ତା ସଂଯୋଗ ହୋଇଥିବା ବେଳେ ବଲିଟିକ୍ରା ରୁ ଅଇଁଳାପାଲି ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଡବଲ ରାସ୍ତା ନିର୍ମାଣ କରିଥିବାବେଳେ ମାତ୍ର ୮କିମି ରାସ୍ତା ଅଇଁଲାପାଲି ରୁ ଜାଣ୍ଡୋଲ ରାସ୍ତା ନିର୍ମାଣ ଦାବି ରହିଯାଇଛି ।ଦୁଇ ବର୍ଷ ହେଲା ରାସ୍ତା ମରାମତି ହେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଶିଘ୍ର ରାସ୍ତା ମରାମତି ତଥା ପୁନଃ ନିର୍ମାଣ ପାଇଁ ପୃର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଳକ ବିଜେଡି ସଭାପତି ହରିଶଙ୍କର ବେହେରା କରିଛନ୍ତି ।

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।