August 27, 2025
Home » ବିଜେଡି ଦଳର ୧୦୦୦ କୋଟିର ପାଣ୍ଠି ହାତେଇବାକୁ ଆଗଭର ପାଣ୍ଡିଆନ: ସରୋଜ ପାଢୀ

ବିଜେଡି ଦଳର ୧୦୦୦ କୋଟିର ପାଣ୍ଠି ହାତେଇବାକୁ ଆଗଭର ପାଣ୍ଡିଆନ: ସରୋଜ ପାଢୀ

0
WhatsApp Image 2025-08-25 at 3.19.27 PM

ଭୁବନେଶ୍ବର: ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। ଆଜି ଏଭଳି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ। ସାଧାରଣରେ ଚର୍ଚ୍ଚା ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ। କାଳେ କିଏ ନବୀନଙ୍କ ନିକଟତର ହେଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉ ନାହାନ୍ତି ପାଣ୍ଡିଆନ୍। ସେଥିପାଇଁ ଯେଉଁମାନେ ନବୀନଙ୍କ ସହ ଥିଲେ ସେମାନଙ୍କୁ ନବୀନ ନିବାସ ଠୁ ଦୁରେଇ ରଖିଛନ୍ତି ପାଣ୍ଡିଆନ୍।

ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି। ଆମେ ଶୁଣୁଛୁ, ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନଙ୍କୁ ଗାଳି କରି ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି, ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କଣ ତାହା ଜଣା ପଡ଼ି ଯାଇଛି। ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନବୀନ ଯଦି ପାଣ୍ଡିଆନ୍ ଦମ୍ପତିଙ୍କୁ ଦାୟିତ୍ବ ଦେଇ ଦେବେ, ତେବେ ସେହି ଟଙ୍କାର ମାଲିକ ହୋଇଯିବେ ସେମାନେ। ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି। ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ୍ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି। ଆମେ ଶୁଣୁଛୁ, ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନଙ୍କୁ ଗାଳି କରି ଯାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି, ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି କହିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *