ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ: ଦାବୀ ପୂରଣ ନ ହେଲେ ପାର୍ବଣ ହେବ ଅନ୍ଧାର ଚେତାବନୀ

ଟାଟା ପାୱାର କେନ୍ଦ୍ର ଓଡିଶା ବିତରଣ କଂପାନୀ ଅଧୀନରେ ଅଠରଶହରୁ ଉର୍ଦ୍ଧ ୩୩/୧୧ କେଭି କଣ୍ଟ୍ରୋଲ ରୁମ୍ କର୍ମଚାରୀ (ସେସୁ) ସମୟରୁ ୧୫ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟକରି ଆସୁଥିଲେ ହେଁ ଏଯାବତ୍ ସେମାନଙ୍କୁ ନିୟମିତ କରାଯାଇନାହିଁ। ଅସନ୍ତୁଷ୍ଟ କର୍ମଚାରୀମାନେ ଗତ ୧୨ ତାରିଖ ଠାରୁ ପିିପିସିଓଡିଏଲ୍ ମୁଖ୍ୟଦପ୍ତର ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି। ତେବେ ସେମାନଙ୍କ ଦାବୀ ଯଦି ପୂରଣ ନ ହୁଏ ତାହେଲେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ, ଓଡିଶା ପାୱାର ଏମ୍ଲୋଇଜ୍ ୟୁନିୟନ୍, ଓଡିଶା ଇଲେକ୍ଟ୍ରିସିଟ୍ ଏମ୍ଲୋଇଜ୍ ଫେଡେରସନ୍ କୁ ନେଇ ଗଠିତ ସମନ୍ୱୟ କମିଟି ପାର୍ବଣରେ ଓଡିଶା ଅନ୍ଧାର ହେବ ବୋଲି ଚେତାବନୀ ଦେଇଛି। ଏଥିପାଇଁ ପିପିସିଓଡିଏଲ୍ ମ୍ୟାନେଜ୍ମେଣ୍ଟ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ମତ ଦେଇଛନ୍ତି। ପୂର୍ବରୁ ତ୍ରିପାକ୍ଷିକ ଓ ଦ୍ୱିପାକ୍ଷିକ ସମକମିଶନରଙ୍କ୍ ଉପସ୍ତିତିରେ ସମ୍ପାଦନ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ନ ହେବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାତ୍ର ମିଥ୍ୟା ପ୍ରତିଶୃତି ଯୋଗୁଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
କୋଡିନେସନ୍ କମିଟିର ଆବାହକ ନବକିଶୋର ମହାନ୍ତି, ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ସଭାପତି ଅମର ଝୁମର ପ୍ରତାପ ସିଂ, ଓପିଇୟୁ ସଭାପତି ସୁଧାଂଶୁ ଶେଖର ସାହୁ, ସାଧାରଣ ସମ୍ପାଦକ ବିମଳ ଚନ୍ଦ୍ର ନାୟକ, ସଂଯୋଜକ କମିଟି ସଭାପତି ମାନସ ରଂଜନ ପତି, ଓଏସ୍ଇଇଏଫ୍ ର ସାଧାରଣ ସମ୍ପାଦକ ସତ୍ୟବାଦି ବାଗ, ଶୁକଦେବ ସାମଲ, ସୌମ୍ୟରଂଜନ ରଥ, ରଜନିକାନ୍ତ ବସ୍ତିଆ,ତୁଷାର ପଟ୍ଟନାୟକ ମିଡିଆ ସଂଯୋଜକ ରାକେଶ ମହାନ୍ତି, ପ୍ରମୁଖ କହିଥିଲେ ଯେ, ସେସୁ ଉପରେ ଥିବା ସମସ୍ତ ସମ୍ପତ୍ତିର ଦାୟୀତ୍ୱ ପିପିସିଓଡିଏଲ ମାଲିକାନା ନେବା ସହ ହଜାର ହଜାର କୋଟି ଟଙ୍କା ବିଦ୍ୟୁତ୍ ଗ୍ରାହକମାନଙ୍କ ଠାରୁ ବେଆଇନ ଭାବେ ଆଦାୟ କରି ଲାଭବାନ ହେଉଛନ୍ତି ଅଥଚ ୨୦୧୦ ମସିହାରୁ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିକୁ ଖିଲାପ କରି କର୍ମଚାରୀଙ୍କ ଶ୍ରମ ଶୋଷଣ କରିଆସୁଛନ୍ତି। ଟାଟା ପାୱାର କେନ୍ଦ୍ରୀୟ ଓଡିଶା ବିତରଣ କଂପାନୀ,ବିଦ୍ୟୁତ ବିତରଣ କଂପାନୀ ଯଦି କର୍ମଚାରୀଙ୍କ ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳକୁ ଜୋରଦାର କରାଯିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।