November 13, 2025
Home » ଛତ୍ରପୁର କୁ ମ୍ୟୁନିସପାଲିଟୀ ମାନ୍ୟତା ଘୋଷିତ ପରେ ସାରା ସହର ଉତ୍ସବ ମୁଖର

ଛତ୍ରପୁର କୁ ମ୍ୟୁନିସପାଲିଟୀ ମାନ୍ୟତା ଘୋଷିତ ପରେ ସାରା ସହର ଉତ୍ସବ ମୁଖର

0
WhatsApp Image 2025-09-01 at 10.47.01 PM

 

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଛି, ଏନେଇ ଛତ୍ରପୁର ଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ନିଆରା ଖୁସିର ଲହରୀ ଖେଳିଯାଇଛି । ରାଜ୍ଯସରକାର ଙ୍କ ସହରୀ ଯୋଜନା ତଥା ନଗର ଉନ୍ନୟନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାର ଆସ୍କା, ଭଞ୍ଜନଗର, ଛତ୍ରପୁର ଏନ୍.ଏ.ସି. କୁ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଥିବା ସରକାରଙ୍କ ଘୋଷଣାକୁ ସ୍ୱାଗତ ଯୋଗ୍ୟ ବିଷୟ ବୋଲି ଆତସବାଜି, ରୋଷଣୀରେ ଉତ୍ସବ ସ୍ଥଳପରିସର ମୁଖରୀତ ହୋଇଉଠିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ମାହଲରେ ଯୋଗଦେଇଥିବା ମାନ୍ୟବର ମନ୍ତ୍ରୀ ତଥା ନେତ୍ତୃବର୍ଗଙ୍କୁ ରାଜ୍ଯ ସରକାରଙ୍କୁ ଶୁଭେଚ୍ଛା ପୂର୍ବକ ଅତିଥି ଦେବଙ୍କୁ ସୁନ୍ଦର ପୁଷ୍ପଗୁଚ୍ଛ ମାଳାରେ ଉଚ୍ଛ୍ଵସୀତ ସମ୍ବର୍ଦ୍ଧନା ଦିଆଯାଇଛି ।

ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ର ସ୍ବତନ୍ତ୍ର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ଉତ୍ସବ ସମାରୋହରେ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବରେଣ୍ୟ ମନ୍ତ୍ରୀ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ), ଗୋକୁଳା ନନ୍ଦ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରମୁଖ ଶିବାଶିଷ ବରାଳ, ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷା ଜି.ପାପା ରାଓ, ପ୍ରମୁଖ କାଉନସିଲର ଗଣ ଏବଂ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ମହୋତ୍ସବରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ସମାରୋହ
ମାହାଲରେ ଲଘୁ ସଙ୍ଗୀତ ପରିବେଷଣ ଆଦି ଦର୍ଶକଙ୍କୁ ବିମୋହିତ କରିଥିଲା । ସ୍ଵତନ୍ତ୍ର ଭାବେ ଛତ୍ରପୁର ସହର ପାଇଁ ନିୟୋଜିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ ସାଂଗକୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୃତିତ୍ତ୍ଵ ହାସଲ କରିଥିବା ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ମାନ୍ୟବର ମୁଖ୍ୟଅତିଥି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭୂତି ଭୂଷଣ ଜେନା ଙ୍କ କରକମଳ ରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ର ଭିତ୍ତି ପ୍ରସ୍ତର ଏବଂ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଲୋକାର୍ପଣ କରାଯାଇଛି ।।

Leave a Reply

Your email address will not be published. Required fields are marked *