୧୩ ତାରିଖରେ ରେ ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ

।
ଆସନ୍ତା ସେପ୍ଟେମ୍ବର ମାସ ୧୩ ତାରିଖ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ସମସ୍ତ ଅଦାଲତ ଓ ଜିଲ୍ଲା ର ସମସ୍ତ ରାଜସ୍ବ ବିଭାଗ ତଥା ରାଷ୍ଟ୍ରୀୟ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବିଏସଏନଲ, କଞ୍ଜୁମର ଫୋରମ ବିଭାଗ ମାନଙ୍କରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା ଫୌଜଦାରି (ସାଲିସ ଯୋଗ୍ୟ ), ଚେକ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ ଜଳ ଓ ଅନ୍ୟାନ୍ୟ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ ଚାକିରୀ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମାର ଆପୋଷ ସହମତିରେ ସମାଧାନ କରାଯିବ। ଏହାସହ ପ୍ରାକ ମକଦ୍ଧମା ସ୍ତରୀୟ ମାମଲା ତଥା ଚେକ ବାଉନ୍ସ, ବ୍ୟାଙ୍କ ଋଣ ଖିଲାପି, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରି ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଇତ୍ୟାଦି ର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ଲୋକ ଅଦାଲତ ରେ ମକଦ୍ଧମା ବିବଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ। ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଧମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ତ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ବା ତାଳୁକ ଆଇନ ସେବା କାର୍ଯ୍ୟାଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ତାଳୁକ ଆଇନ ସେବା ସମିତି, ଧର୍ମଗଡ଼ ପକ୍ଷରୁ ପ୍ରକାଶ ପାଇଛି।