October 23, 2025
Home » ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

0
WhatsApp Image 2025-09-01 at 6.14.24 PM

 

ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ମହିଳା କୁମାରୀ ନାଏକ, ସ୍ୱାମୀ-ଜନସେନ ନାୟକ, ନୂଆସାହି, ଜେ.ଏସ୍.କୋ, ରାୟଗଡା ଙ୍କୁ ଠାବ କରି ଅଦ୍ୟ ତା.୦୧.୦୯.୨୦୨୫ ରିଖରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କର ହସ୍ତଗତ କରିଥିଲେ I ଉକ୍ତ ମହିଳା ଜଣକ ନିଜର ରହିବା, ଖାଇବା ଓ ନିଜର ଅସୁବିଧା କଥା ଲେଖି ଜଣାଇବା ସହିତ ସ୍ନେହା ସ୍ୱଧାର ଗୃହରେ ତାଙ୍କୁ ରହିବାର ବ୍ୟବସ୍ଥା କରାଇଦିଆଗଲେ ସେ ସୁରକ୍ଷିତ ମନେ କରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଙ୍କୁ କହିଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ନିର୍ଦ୍ଦେଶ କ୍ରମେ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାୟଗଡା ସ୍ଥିତ ସ୍ନେହା ସ୍ୱଧାର ଗୃହରେ ଅବସ୍ଥାପିତ କରାଯାଇଛି I
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *