October 23, 2025
Home » ରାଷ୍ଟ୍ରପତିଙ୍କ ଠାରୁ  ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବେ ଓଡ଼ିଶାର ଦୁଇଜଣ ଅସାଧାରଣ ଶିକ୍ଷକ

ରାଷ୍ଟ୍ରପତିଙ୍କ ଠାରୁ  ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବେ ଓଡ଼ିଶାର ଦୁଇଜଣ ଅସାଧାରଣ ଶିକ୍ଷକ

0
WhatsApp Image 2025-09-04 at 2.57.01 PM

 

ଜାତୀୟ ସ୍ତରରେ ଶିକ୍ଷକ ଦିବସ ୨୦୨୫ ପାଳନ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇବା ପାଇଁ ଚଳିତ ବର୍ଷ ଦେଶରେ ମୋଟ ୪୫ ଜଣ ମନୋନୀତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ସର୍ବଭାରତୀୟ ପୁରସ୍କାର ପ୍ରଦାନ କରାଯିବ । ତନ୍ମଧ୍ୟରୁ ଓଡ଼ିଶା ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସୋମବାର ଦିନ ଘୋଷିତ ମାଲକାନଗିରି ଜିଲ୍ଲା କୋଣ୍ଡେଲର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ଶିକ୍ଷକ ବସନ୍ତ କୁମାର ରାଣାଙ୍କୁ ଏବଂ କୋରାପୁଟର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତ ତରୁଣ କୁମାର ଦାଶଙ୍କୁ ସାମଗ୍ରିକ ଛାତ୍ର ବିକାଶ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ପାଇଁ ଏହି ଦୁଇଜଣ ଅସାଧାରଣ ଶିକ୍ଷକଙ୍କୁ ପ୍ରଶଂସା ସହ ଏହି ସମ୍ମାନଜନକ ସର୍ବଭାରତୀୟ ପୁରସ୍କାର ପାଇବା ପାଇଁ ମନୋନୀତ କରାଯାଇଛି ।
ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀରେ ଏହି ପୁରସ୍କାରଗୁଡ଼ିକ ୦୫ ସେପ୍ଟେମ୍ବର, ୨୦୨୫ ଶିକ୍ଷକ ଦିବସରେ ଭାରତର ମହାମହିମ ରାଷ୍ଟ୍ରପତି ସମ୍ମାନନୀୟା ଦ୍ରୌପଦୀ ମୂର୍ମୁଙ୍କ ଦ୍ଵାରା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ପ୍ରଦାନ କରାଯିବ। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଯୋଗ୍ୟତାର ପ୍ରମାଣପତ୍ର, ପଚାଶ ହଜାର ଟଙ୍କା ନଗଦ ,ଉପଢୌକନ ଏବଂ ଏକ ରୌପ୍ୟ ପଦକ ଦେଇ ସମ୍ମାନିତ କରାଯିବ।
ପ୍ରକାଶ ଥାଉ କି ଯେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାଦାନ ଅଭିନବ ପଦ୍ଧତି ପାଇଁ ଜାତୀୟ ଦୃଷ୍ଟି ଆକର୍ଷଣ କରୁଛି ଏବଂ ନିୟମିତ ଭାବରେ ଜାତୀୟ ଶିକ୍ଷା ପୁରସ୍କାର ପାଇଁ ନାମାଙ୍କନ ପାଇଆସୁଛି, ଯାହା ଓଡ଼ିଶାର ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ, ଗର୍ବ ଏବଂ ସମ୍ମାନ ସୃଷ୍ଟି କରିଛି। ସେହିପରି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଥିଲେ ରାୟଗଡ଼ା ଜିଲ୍ଲାର ବିଲେଷୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଓ କଳାହାଣ୍ଡି ଜିଲ୍ଲାର ସନ୍ତୋଷ କୁମାର କର।
୨୦୨୫ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ୪୫ ଜଣ ଶିକ୍ଷକଙ୍କ ମଧ୍ୟରୁ ଉକ୍ତ ଦୁଇଜଣ ଅସାଧାରଣ ଶିକ୍ଷକ ଓଡ଼ିଶା ରାଜ୍ୟ ପାଇଁ ଏହା ବହୁତ ଆନନ୍ଦ ଏବଂ ଗର୍ବର ବିଷୟ ପାଲଟି ଥିବା ବେଳେ ଶିକ୍ଷାବିତ୍ତ ମହଲରେ ଏକ ପ୍ରକାର ଉତ୍ସାହ ଦେଖାଦେବା ସହ ଚାରିଆଡୁ ଶୁଭେଛାର ସୁଆ ଛୁଟି ଆସିଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *