October 23, 2025
Home » ମାୟାବର୍ହା ହାଇସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

ମାୟାବର୍ହା ହାଇସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

0
WhatsApp Image 2025-09-05 at 3.37.09 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଡ.ସର୍ବପଲ୍ଲୀ ରାଧାକ୍ରଷ୍ଣନଙ୍କ ଜନ୍ମ ଦିନ ଅବସରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସରେ ସଭାପତିତ୍ବ କରିବା ସହ ଆମ ସନାତନ ଧର୍ମରେ ଗୁରୁ ଶିଷ୍ୟ ପରମ୍ପରା ପୁରାତନ ଓ ଅତୁଳନୀୟ ବୋଲି ମତ ପ୍ରଦାନ୍ କରିଥିଲେ। ସଭାରେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ବାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ। ଛାତ୍ରୀ ଦୀପ୍ତି, ପୂଜା,ଝରଣା ଜାଗୃତି, ଶ୍ରୀମୟୀ ସୁଲଳିତ କଣ୍ଠରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପୂଜା, ଝରଣା, ଆଭା, ପ୍ରୀତି ନିଜ ନିଜ ବକ୍ତବ୍ୟ ପ୍ରଦାନ୍ କରିଥିଲେ। ପ୍ରଥମରୁ ଛାତ୍ର ଛାତ୍ରୀମାନେ ଗୁରୁଜୀ ଗୁରୁମା ମାନଙ୍କର ପାଦ ଧୋଇ, ଫୁଲ ଚନ୍ଦନ ଦେଇ ଗୁରୁବନ୍ଦନା କରିଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ , ଚିନ୍ମୟ କୁମାର ଦାସ , ସ୍ନିଗ୍ଧା ପ୍ରଧାନ ନିଜ ନିଜ ବକ୍ତବ୍ୟ ପ୍ରଦାନ୍ କରିଥିଲେ।ଏହି ଅବସରରେ ଗତ ମାଟ୍ରିକ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବ୍ଲକ୍ ସ୍ତରରେ ପୁରସ୍କୃତ ହେଉଥିବା ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ଓ ଜନନିକା ନାୟକଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କିରଣ କୁମାର ପଟେଲ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କଠାର ସୋଭାଗିନୀ ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *