୧୦ ବର୍ଷ ହେଲା ମନ୍ଥନ ଗତିରେ ଚାଲିଛି ୧୦୨ କୋଟିର ସିର୍ତ୍ତିଗୁଡ଼ା-କେସିଙ୍ଗା ଗ୍ରୀଡ୍ ପ୍ରକଳ୍ପ
କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍ ସିର୍ତ୍ତିଗୁଡ଼ା ଠାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସିତ୍ତୀଗୁଡା-କେସିଙ୍ଗା ଗ୍ରୀଡ଼ ଷ୍ଟେସନ ପ୍ରକଳ୍ପ 10 ବର୍ଷ ହେଲା ମନ୍ଥର ଗତିରେ ଚାଲୁଛି l ୨୦୧୬ ମସିହାରୁ ୧୦୨ କୋଟି ଟଙ୍କା ବ୍ୟୟରେ କ.ନୂଆଗାଁ ବ୍ଳକ୍ର ସିତ୍ତୀଗୁଡ଼ା ଠାରେ ୨୨୦/୩୩ କେଭିର ଗ୍ରୀଡ୍ ପ୍ରତିଷ୍ଠା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ୨୦୧୮ରେ ସରିବା କଥା | ହେଲେ ଦୀର୍ଘ 10 ବର୍ଷ ହେବ ତଥାପି କାମ ସରୁନି।

ତେବେ ଏହି ଗ୍ରୀଡ୍ ପ୍ରତିଷ୍ଠା ହେଲେ ବାଲିଗୁଡ଼ା ସବ୍ଡିଭିଜନର ୯ଟି ବ୍ଳକ କ ନୂଆଗାଁ ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି, ରାଇକିଆ ଜି ଉଦୟଗିରି, ଅଞ୍ଚଳ ରେ ଥିବା ଲୋ-ଭୋଲଟେଜ ସମସ୍ୟାରୁ ରକ୍ଷାପାଇବା ସହ ଉନ୍ନତ ବିଜୁଳି ଆଲୋକ ପାଇ ଉପକୃତ ହୋଇବେ l ହେଲେ ଇତି ମଧ୍ୟ୍ୟରେ ଦଶ ବର୍ଷ ବିତିଗଲାଣି ପ୍ରକଳ୍ପ କାମ ସରିବାର ନାମ ଧରୁନି l ଏହି ଲାଇନ କେସିଙ୍ଗା-ରାମପୁର ଦେଇ ସିର୍ତ୍ତିଗୁଡ଼ା ଗ୍ରୀଡ୍କୁ ଆସିବ ଏଥିରେ ୩୮୧ଟି ଟାୱାର ବସିବ । ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ପ୍ରାୟ କାମ ସରିଲାଣି। ହେଲେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳରେ କାମ ବାକି ରହିଛି ବୋଲି ପ୍ରକାଶ କରିଛନ୍ତି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକଳ୍ପ କାମ ସାରିବା ନିମନ୍ତେ ଗ୍ରାମ ବାସି ଜିତେଦ୍ର ଡିଗାଲ, ଅନାଇ ମୁଖି, ଶନିବା ଡିଗାଲ, ମନାଥ ପ୍ରଧାନ, ସୁରଟ ନାୟକ, ରାଜୀବ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି l
baliguda ru suresh pati nka report
