October 24, 2025
Home » ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

0
WhatsApp Image 2025-09-06 at 7.03.02 PM

 

ଭୁବନେଶ୍ୱର:   କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତାଅନୁସାରେସାର ଠିକ୍‌ ଭାବରେପହଞ୍ଚୁଛୁକିନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେସଂପର୍କରେଆଜିମୁଖ୍ୟଶାସନସଚିବସମସ୍ତଜିଲ୍ଲାପାଳମାନଙ୍କସହିତଏକବୈଠକରେସଦ୍ୟତମସ୍ଥିତିସମୀକ୍ଷାକରିଥିଲେଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ । ଆଜିର ଅନୁଷ୍ଠିତ ବୈଠକରେକୃଷିଓକୃଷକସଶକ୍ତିକରଣବିଭାଗପ୍ରମୁଖଶାସନସଚିବଡଃଅରବିନ୍ଦକୁମାରପାଢ଼ୀ, ସମବାୟବିଭାଗକମିଶନରତଥାଶାସନସଚିବଶ୍ରୀରାଜେଶପ୍ରଭାକରପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍ସେନାଙ୍କ ସମେତ  ସମବାୟ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତଥିଲେଏ ସଂପର୍କରେ ଗତ ୧ ତାରିଖରେ ମଧ୍ୟମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ ।

            ଆଜିର ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିତା ରହିଛି । ସାରର ଉପଲବ୍ଧତା ଅନୁସାରେତାହା ଯେପରିଚାଷୀମାନଙ୍କନିକଟରେଠିକ୍ ଭାବରେ ପହଞ୍ଚେ,ସେଥିପ୍ରତିରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ତରରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ମୁଖ୍ୟଶାସନସଚିବ ନିର୍ଦ୍ଦେଶଦେଇଛନ୍ତି

            ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜଣାଯାଇଛି ଯେ, ଚଳିତ ସେପ୍ଟେମ୍ବର ମାସ୫ତାରିଖସୁଦ୍ଧାଓଡ଼ିଶାକୁଖରିଫ୨୦୨୫ବର୍ଷପାଇଁୟୁରିଆ  ସମେତ ୧୦ଲକ୍ଷମେଟ୍ରିକଟନ୍‌ ବିଭିନ୍ନ ପ୍ରକାର ସାରଉପଲବ୍ଧତା ନେଇ ଭାରତସରକାରଙ୍କୁପୂର୍ବରୁ ପ୍ରସ୍ତାବଦିଆଯାଇଥିବାବେଳେଏହି ତାରିଖ ସୁଦ୍ଧା ମୋଟ୧୧ଲକ୍ଷ୩୩ହଜାର୭୭୬ମେଟ୍ରିକଟନସାର ମିଳିଛି । ଏ ପର୍ଯ୍ୟନ୍ତ ୯.୧୬ଲକ୍ଷମେଟ୍ରିକଟନସାରବିକ୍ରୟହୋଇସାରିଛିଏବେସୁଦ୍ଧାଆହୁରି୨ ଲକ୍ଷ ୭ ହଜାର ୨୨୦ମେଟ୍ରିକଟନ୍‌ ସାର ରାଜ୍ୟ ପାଇଁ ଉପଲବ୍ଧ ଅଛି । ବିଗତ୩ବର୍ଷରେ ଦେଖିବାକୁଗଲେ୩୦ସେପ୍ଟେମ୍ବରସୁଦ୍ଧା, ହାରାହାରି୮ଲକ୍ଷ ୮୧ ହଜାର ୨୫୦ମେଟ୍ରିକଟନସାରଯୋଗାଣହୋଇଥିବାବେଳେଗତବର୍ଷ୭ ଲକ୍ଷ ୭୭ ହଜାର ୦୦୨ମେଟ୍ରିକ୍‌ ଟନ୍‌ ସାରଯୋଗାଣହୋଇଥିଲାଏବଂ ଏ ବର୍ଷ ସେପ୍ଟେମ୍ବର୫ତାରିଖସୁଦ୍ଧା୯ ଲକ୍ଷ ୧୬ ହଜାର ୯୪୯ମେଟ୍ରିକ୍‌ ଟନ୍‌ ସାରଯୋଗାଣହୋଇଛିଏଣୁ ଗତବର୍ଷତୁଳନାରେ ଏହା ପ୍ରାୟ୨୦ପ୍ରତିଶତଅଧିକସାରବିକ୍ରୟହୋଇଥିବା ବୈଠକରୁ ଜଣାଯାଇଛି ।

            କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ କହିଛନ୍ତି ଯେ, ଏବର୍ଷଭଲମୌସୁମୀବର୍ଷାହୋଇଥିବାରୁଏବଂ ଧାନ ଚାଷ ପ୍ରତି ଚାଷୀମାନେ  ଅଧିକ ଆଗ୍ରହ ପ୍ରକାଶ କରିଥିବାରୁ ସାରରଆବଶ୍ୟକତାବୃଦ୍ଧିପାଇଛିଚାଷୀମାନଙ୍କୁସାରରଉପଲବ୍ଧତା ଓ ଆବଶ୍ୟକତା ଅନୁସାରେ ଠିକ୍ ଭାବରେ ବଣ୍ଟନ ସଂକ୍ରାନ୍ତରେ କୃଷିବିଭାଗନିର୍ଦ୍ଦେଶକ, ସମବାୟ ବିଭାଗ ନିର୍ଦ୍ଦେଶକଓଟିମ୍‌ ନିୟମିତ ଭାବେ ତଦାରଖକରୁଛନ୍ତିଯେଉଁ​‌ଠାରେସାର ମିଳିବାରେ ବିଶେଷ ଅସୁବିଧାହେଉଛି, ସେଠାରେଜିଲ୍ଲାପାଳମାନେନିଜେ ପହଞ୍ଚିସ୍ଥିତିଅନୁଧ୍ୟାନ କରିଆବଶ୍ୟକବ୍ୟବସ୍ଥାକରୁଛନ୍ତିସାରପହଞ୍ଚିବାମାତ୍ରେତାହାଚାଷୀମାନଙ୍କୁଆବଶ୍ୟକତାଅନୁସାରେଦେବାକୁନର୍ଦ୍ଦେଶଦିଆଯାଇଛିବିଭିନ୍ନ ସାର କମ୍ପାନୀରୁ ଜିଲ୍ଲାକୁ ଆସୁଥିବା ସାର, ପାକ୍ସ ଏବଂ ଲାମ୍ପସ୍ ନିକଟରେ ଅଧିକମହଜୁଦ ରଖିବାକୁନିର୍ଦ୍ଦେଶଦିଆଯାଇଛିବିଭିନ୍ନ  ଡିଲରମାନଙ୍କ ପାଖରେ ସାର ଯେପରି ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି ନହୁଏ, ସେଥିପ୍ରତି ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

            ବିଭିନ୍ନଜିଲ୍ଲା ପାଇଁ ସାରକେତେଉପଲବ୍ଧ ଅଛି, କେତେପହଞ୍ଚିବାରଅଛି, ସେସଂପର୍କରେମୁଖ୍ୟଶାସନସଚିବସମୀକ୍ଷାକରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସାରଚୋରାଚାଲାଣ କରାଯାଉଥିବା  ଧରା ପଡ଼ିଲେ, ସେ କ୍ଷେତ୍ରରେଏହାକୁକେବଳଜବତକରିସିଲକଲେହେବନାହିଁ, ଏହାକୁସୁବ୍ୟବସ୍ଥିତକରିଯେପରିସାର ଉଦ୍ଦିଷ୍ଟଚାଷୀମାନେପାଇବେ, ତାହାକୁସୁନିଶ୍ଚିତକରିବାକୁମୁଖ୍ୟଶାସନସଚିବଗୁରୁତ୍ୱାରୋପକରିଛନ୍ତି ଏବଂ ବେଆଇନ୍ ସାର ମହଜୁଦକାରୀ ଏବଂ ଚୋରା ଚାଲାଣକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସାର କମ୍ପାନୀମାନଙ୍କରୁ  ଓଡ଼ିଶାରବିଭିନ୍ନ ରେକ୍‌ ପଏଣ୍ଟ (ରେଳପରିବହନ) ପଏଣ୍ଟରେ ପହଞ୍ଚିବାକୁ ଥିବା ସାରର  ସ୍ଥିତି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଏହାର ଉପଲବ୍ଧତା  ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।

            ମାର୍କଫେଡ୍‌, ପାକ୍ସ,ଲ୍ୟାମ୍ପସଗୁଡ଼ିକୁସାରରଖିବାପାଇଁଗୋଦାମରେଯଥେଷ୍ଟସ୍ଥାନଉପଲବ୍ଧହେବାପାଇଁପୂର୍ବରୁନିର୍ଦ୍ଦେଶଦିଆଯାଇଛିମାର୍କଫେଡ୍‌ଏବଂପାକ୍ସ ଓଲାମ୍ପସରେକେଉଁ କେଉଁ ସମୟରେ ସାରପହଞ୍ଚୁଛି, ତାହାରବାସ୍ତବସ୍ଥିତିଅନୁଧ୍ୟାନକରି ଉପଲବ୍ଧତା ଅନୁସାରେ କୃଷକମାନଙ୍କ ନିକଟରେ ସାର ପହଁଚିବା ନେଇ ଆବଶ୍ୟକପଦକ୍ଷେପନେବାକୁନିର୍ଦ୍ଦେଶଦିଆଯାଇଛିସାରର ଉପଲବ୍ଧତାକୁ ଦୃଷ୍ଟିରେ ରଖି ତଥା ପଂଜୀକୃତଚାଷୀଙ୍କସଂଖ୍ୟାଅନୁସାରେପାକ୍ସଓଲାମ୍ପସମାନଙ୍କୁୟୁରିଆ ସାର ଯୋଗାଣଏବଂକୃଷକମାନଙ୍କ ଜମିସୂଚନାଅନୁସାରେ ସାରଆବଶ୍ୟକତା ଅନୁସାରେପ୍ରଦାନକରାଯିବାକୁଗୁରୁତ୍ୱଦିଆଯାଇଛିସାର କମ୍ପାନୀଓମାର୍କଫେଡ୍‌  ପାଖରେଯଥେଷ୍ଟସଂଖ୍ୟକସାରମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଅଗ୍ରାଧିକାର ଭିତ୍ତିରେ ଜରୁରୀ ଆବଶ୍ୟକତାପୂରଣକରାଯାଇ ପାରିବଅନ୍ୟ ପକ୍ଷରେ ଆଗାମୀଖରିଫପାଇଁ ୟୁରିଆ ସାରର ଆବଶ୍ୟକତା କେତେ ରହିବ, ତାହା ଚାଷଋତୁ ପୂର୍ବରୁ ଆକଳନକରିବାକୁଜିଲ୍ଲାପାଳମାନଙ୍କୁ ପରାମର୍ଶଦିଆଯାଇଛି

Leave a Reply

Your email address will not be published. Required fields are marked *