December 3, 2025
Home » କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜାର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜାର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2025-09-11 at 10.28.55 PM

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ସଫଳ ଆୟୋଜନ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି | ମୁନିସିପାଲିଟି ଟାଉନ ହଲ ଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡ଼ା ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ମାନ୍ୟବର ବିଧାୟକ ଦୁର୍ଗାପ୍ରସନ ନାୟକ, ମୁନିସିପାଲିଟି ଚେୟାର ମ୍ୟାନ ସରିତା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତ ସେଠୀ, ଜିଲ୍ଲାପାଳ ରଘୁରାମ ଆର ଆୟାର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ,ପୂଜା କମିଟି ଉପସ୍ଥିତ ଥିଲେ | ଆଇନ ଶୃଙ୍ଖଳା, ଅନୁମତି ପତ୍ର ପ୍ରଦାନ,ରାସ୍ତା ଘାଟ ମରାମତି,ସ୍ୱାସ୍ଥ୍ୟ ସେବା,ପରିମଳ,ଆଲୋକ ଯୋଗାଣ,ଜଳ ଯୋଗାଣ,ଅଗ୍ନିନିରାପକ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବିଷୟ ବସ୍ତୁ ଉପରେ ଆଲୋକପାତ ହୋଇଥିଲା | ସିଙ୍ଗଲ ଉଇଣ୍ଡ ଅନୁମତି ପତ୍ର ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବାକୁ ପୂଜା କମିଟି ପ୍ରସ୍ତାବ ଦେଇଛନ୍ତି | ଏହା ସହିତ ଡିଜେ ସାଉଣ୍ଡ, ଭାଇବ୍ରେଟର କୁ ସମ୍ପୂର୍ଣ ବନ୍ଦ କରାଯାଇଛି | ଭସାଣି ଦୁଇ ଦିନ ମଦ ଦୋକାନ ସମ୍ପୂର୍ଣ ବନ୍ଦ ରହିବ | ସହରରେ ସମ୍ପୂର୍ଣ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଇତ୍ୟାଦି ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା | ପୂଜାକୁ ସଫଳତାର ସହ ଆୟୋଜନ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି |

Leave a Reply

Your email address will not be published. Required fields are marked *