October 24, 2025
Home » “ଉତ୍କଳ ରତ୍ନ ଫାଉଣ୍ଡେସନ୍” ତରଫରୁ ‘ଗୀତି ବୈଶାଖୀ-୨୦୨୫’;

“ଉତ୍କଳ ରତ୍ନ ଫାଉଣ୍ଡେସନ୍” ତରଫରୁ ‘ଗୀତି ବୈଶାଖୀ-୨୦୨୫’;

0
WhatsApp Image 2025-09-17 at 12.23.46 AM

ଗତ ୧୪ ତାରିଖ ରବିବାର ସନ୍ଧ୍ୟାରେ “ଉତ୍କଳ ରତ୍ନ ଫାଉଣ୍ଡେସନ୍” ତରଫରୁ ‘ଗୀତି ବୈଶାଖୀ-୨୦୨୫’; ସ୍ଥାନୀୟ ଜୟଦେବ ବିହାର ସ୍ଥିତ ରାଇସ୍ ବାଉଲ୍ କନ୍ଭେନ୍ସନ୍ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଅତିଥି ଭାବରେ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ତଥା ଲେଖକ ଶ୍ରୀ ସଚ୍ଚି ମହାନ୍ତି, ବକ୍ସି ଜଗବନ୍ଧୁ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସଂଗୀତ ବିଭାଗୀୟ ମୂଖ୍ୟ ପ୍ରଧ୍ୟାପକ ଡାକ୍ତର ସୁକାନ୍ତ କୁମାର ବଳ ଏବଂ ଯୁବ ସଂଗୀତ ନିର୍ଦ୍ଦେଶକ ଶ୍ରୀ ସାନ୍ତନୁ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଫାଉଣ୍ଡେସନ ତରଫରୁ ବିଶିଷ୍ଟ ଗାୟିକ ଶ୍ରୀ ଗଦାଧର ବିଶ୍ଵାଳ, ଗୀତିକାର କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ପ୍ରଥିତଯଶା ମଞ୍ଚ ଉପସ୍ଥାପକ ତଥା ଗବେଷକ ଶ୍ରୀ ବିନୋଦ ବିହାରୀ ବେହେରାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରା ଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିବେକ ରାଉତ, ଶ୍ରୀ ଡି.ଏନ୍ ସଡ଼ଙ୍ଗୀ, ସୀତା ପାତ୍ର, ସ୍ନିଗ୍ଧା ପଣ୍ଡା, ଆଲୋକ କଟୁଆଳ, ମୀନାକ୍ଷୀ ସଡ଼ଙ୍ଗୀ, ଅଞ୍ଜନା ମହାନ୍ତି, ସରିତା କର, ଅଂଶୁମାନ ସ୍ଵାଇଁ, ସଞ୍ଚିତା ବିଶ୍ଵାଳ ଓ ଶିଖା ଶୁଭସ୍ମିତା ପ୍ରମୁଖ କଳାକାର ମାନେ ସଂଗୀତ ପରିବେଷଣ କରିଥିଲେ । ଶ୍ରୀ ବିନୋଦ ବିହାରୀ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂସ୍ଥାପକ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ସମସ୍ତ ଅତିଥି, କଳାକାର ତଥା ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ବିକ୍ରମ ନାୟକ, ଶ୍ରୀରବିନାରାୟଣ ବାରିକ, ୟେଲିନା ମହାନ୍ତି, ପ୍ରତାପ ବାରିକ ଓ ଶମ୍ଭୁ ପ୍ରସାଦ ଦାସ ପ୍ରମୁଖ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *