ଶ୍ରୀମେଟାଲିକ୍ସରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ, ରୁଗୁଡିହି ସ୍ଥିତ ଶ୍ରୀମେଟାଲିକ୍ସ କାରଖାନା ପକ୍ଷରୁ ମଙ୍ଗଳବାର ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବଡ଼ବିଲ ରେଞ୍ଜର ସଂଜୀବ କୁମାର ରାଉତ ,ବଡ଼ବିଲ ଫୋରେଷ୍ଟର ପିଅନ ନାଏକ, ରୁଗୁଡ଼ି ଫରେଷ୍ଟର ଭୂପତି ସେଠୀ ରୁଗୁଡ଼ି ଥାନା ଅଧିକାରୀ ରବିଶଙ୍କର ଭାଇଂସା,ଆଞ୍ଚଳିକ ପ୍ରଦୂଷଣ ବିଭାଗ କେନ୍ଦୁଝରର ଇପିସି ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇ ଚାରା ବଣ୍ଟନ ଓ ରୋପଣ କରିଥିଲେ।

କାର୍ଯ୍ୟକ୍ରମରେ ପିଜୁଳି, ଜାମୁ, ଆମ୍ବ, ତେନ୍ତୁଳି, ମହାଲିମ୍ବ, ଲେମ୍ବୁ ଆଦି ଚାରା ବଣ୍ଟନ ଓ ରୋପଣ କରାଯାଇଥିଲା। କାରଖାନା ପରିସରରେ ୮୬୦ ଏବଂ ବାହାରେ ୩୮୫, ଏହିପରି ମୋଟ ୧୨୪୫ଟି ଚାରା ବଣ୍ଟନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମେଟାଲିକ୍ସର ମାନବସମ୍ବଳ ଅଧିକାରୀ ସତ୍ୟସୁନ୍ଦର କର,
ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଗଜେନ୍ଦ୍ର କୁଅଁର,
ଜେନେରାଲ ମ୍ୟାନେଜେର ଅପେରସନ ବିଜୟ କୁମାର ନାୟକ,ସିନିଅର ଜିଏମ ଟେକନିକାଲ ପ୍ରଦୀପ କୁମାର ଦାସ,ସିନିଅର ଜିଏମ ପାୱାର ପ୍ଲାଣ୍ଟ ବିନୋଦ ଶର୍ମା, ପ୍ରୋଜେକ୍ଟ ମ୍ୟାନେଜେର ଆଲୋକ କୁମାର ଦଣ୍ଡପାଟ,ବ୍ଲାଷ୍ଟ ଫରନେଶ ଜିଏମ ଖୁପ ଚାନ୍ଦ ୟାଦବ,ସିନିଅର ଜିଏମ ଏସଏମଏସ ଅନିଲ ୟାଦବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ।
