October 23, 2025
Home » ଓଡିଶା ର ବିଭିନ୍ନ ଜିଲ୍ଲାରେ ହେବ ଗୋ ଅଭୟାରଣ୍ୟ

ଓଡିଶା ର ବିଭିନ୍ନ ଜିଲ୍ଲାରେ ହେବ ଗୋ ଅଭୟାରଣ୍ୟ

0
WhatsApp Image 2025-09-19 at 6.47.55 AM

 

ଗୋବିନ୍ଦ ଗୋ ଧାମ ମୁଖ୍ୟ ଙ୍କ ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଆଲୋଚନା

ପୁରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ରେ ଦେଶରେ ଗୋ ସମ୍ପଦ ସହିତ ପଶ୍ଚିମ ବଙ୍ଗଳା ବାସୀଙ୍କ ଭାରତ ର ବିଭିନ୍ନ ରାଜ୍ୟରେ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଚାଲୁ ରହିଥିବା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶା ପରିପ୍ରେକ୍ଷୀରେ ଓଡିଶା ର ମୁଖ୍ୟ ଦାୟିତ୍ୱ ବହନ କରୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ପଶ୍ଚିମ ବଙ୍ଗଳା ରାଜ୍ୟ ବିଜେପି ର ରାଜ୍ୟ ଉପ ସଭାପତି ସୌମିତ କୁମାର ଦାସ ପୁରୀ ପହଞ୍ଚି ନିଜର ଟିମ ସହିତ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ତଥା ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଙ୍କ ଓଡିଶା ମୁଖ୍ୟ ପ୍ରଭାରୀ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ |

ଏହି ପରିପ୍ରେକ୍ଷୀରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରସ୍ତାବ ରଖିଥିଲେ ଓଡିଶା ର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ଜଙ୍ଗଲ ରେ ସ୍ୱତନ୍ତ୍ର ରୂପେ ନିର୍ଦ୍ଧିଷ୍ଟ ଯାଗାରେ ଗୋ ଅଭୟାରଣ୍ୟ ଘୋଷଣା କରାଯାଇ ଗୋମାତା ମାନଙ୍କୁ ସୁରକ୍ଷିତ ରଖାଯାଉ |ସେଥିପାଇଁ ସରକାରୀ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି |

ଯା ଦ୍ୱାରା ସରକାର ଗୋ ଚାଲାଣ ରୋକିବାରେ ସକ୍ଷମ ହୋଇପାରିବେ |ଏହି ପ୍ରସ୍ତାବ କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ଗ୍ରହଣ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ପଶୁପାଳନ ମନ୍ତ୍ରୀଙ୍କ ସହିତ ବୈଠକ କରାଯିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି |ସେହିଭଳି ପୁରୀରେ ଥିବା ବଙ୍ଗାଳି ସମୁଦାୟ ଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା |ଏହି ବୈଠକ ରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଦସ୍ୟା ରଂଜିତା ପାଢ଼ୀ, ପୁରୀ ସିଂହଦ୍ୱାର ମଣ୍ଡଳ ର ସୋମା ଦାଶ, ବିଜେପି ନେତା ସମୀର ଚାନ୍ଦ, ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *