November 13, 2025
Home » ସ୍ଵଚ୍ଛତା ହିଁ ସେବା-୨୦୨୫ର ଶୁଭ ଉଦଘାଟନ

ସ୍ଵଚ୍ଛତା ହିଁ ସେବା-୨୦୨୫ର ଶୁଭ ଉଦଘାଟନ

0
WhatsApp Image 2025-09-17 at 8.41.31 PM

 

ରାୟଗଡରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ବଚ୍ଛତା ହିଁ ସେବା ସାରା ଭରତ ବର୍ଷରେ ୧୭ ସେପ୍ଟେମ୍ବର ୨୦୨୫ ଠାରୁ ୦୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପକ୍ଷ ପାଳନ କରାଯାଉଅଛି । ଏହି ପରିପେକ୍ଷିରେ ସ୍ଥାନୀୟ ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କ ସହ ଜିଲ୍ଲା ପରିଷଦ ଓ ସଦର ପଞ୍ଚାୟତ ସମିତି ଅଧିକାରୀ ଓ କର୍ମକର୍ତ୍ତାଙ୍କ ଦ୍ଵାରା ଏକ ସ୍ବଚ୍ଛତା ରାଲ୍ଲୀ ଅନୁଷ୍ଠିତ ହେଇଯାଈଛି । ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲା ପରିଷଦକାର୍ଯ୍ୟାଳୟ ପରିସରରେ, ଶ୍ରୀମତୀ ସରସ୍ବତୀ ମାଝୀ, ଅଧ୍ଯକ୍ଷା ଜିଲ୍ଲା ପରିଷଦ, ଶ୍ରୀ କୁଲକାର୍ଣି ଆଶୁତୋଷ ଜିଲ୍ଲାପାଳ ରାୟଗଡ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଜିଲ୍ଲା ପରିଷଦ, ରାୟଗଡଙ୍କ ଦ୍ବାରା ବୃକ୍ଷ ରୋପୋଣ” ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନ୍ତର୍ଗତ କରାଯାଇଥିଲା । ଶ୍ରୀ କୁଲକର୍ଣି ଆଶୁତୋଷ ଜିଲ୍ଲାପାଳ ରାୟଗଡ,ଅହୋଲ ସଚିନ ଅନ୍ନ।ସାହେବ ବନ ଖଣ୍ଡ ଅଧିକାରୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଜିଲ୍ଲା ପରିଷଦ ରାୟଗଡଙ୍କ ତତ୍ବାବଦାନରେ ବୃକ୍ଷ ରୋପୋଣ କାର୍ଯ୍ୟକ୍ରମ ଚାଲିଥିବା ନେଇ ସୂଚନା ମିଳିଛି।
ବୃକ୍ଷ ରୋପୋଣ ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସ୍ବଚ୍ଛତା ହିଁ ସେବା ୨୦୨୫ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରଯାଇଥିଲା । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ଶ୍ରୀମତୀ ସରସ୍ବତୀ ମାଝୀ, ଅଧ୍ୟକ୍ଷା ଜିଲ୍ଲା ପରିଷଦ, ଶ୍ରୀ କୁଲକାର୍ଣି ଆଶୁତୋଷ ଜିଲ୍ଲାପାଳ ରାୟଗଡ ଉପସ୍ଥିତ ଥିଲେ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଅହୋଲ ସଚିନ ଅମ୍ଳସାହେବ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହକ ଏବଂ ରାୟଗଡ଼ ସ୍ବୟଂସ।ସିତ ମହାବିଦ୍ୟାଳର ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହି ଉଦ୍ଘାଟନ ସମାରୋହୋରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଜିଲ୍ଲା ପରିଷଦ ରାୟଗଡ ଆଗାମୀ ସ୍ବଚ୍ଛତା ହିଁ ସେବା-୨୦୨୫ ପକ୍ଷ ପାଳନ ଅବସରରେ କରିବାକୁ ଥ‌ିବା ସମସ୍ତ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।
ଅପରାହ୍ନ ୪. ୦୦ ଘଟିକା ସୁଧା ୫୪୮୦୪୩ ବୃକ୍ଷ ରୋପୋଣ କରାଯାଇଥିବା ନେଇ ସୂଚନା ମିଳିଛି। ଏହି ପକ୍ଷ ପାଳନ ସମୟରେ ଗ୍ରାମାଞ୍ଚଳରେ ୧୮୫ ଗୋଟି ପାରମ୍ପରିକ ଅଳିଆ ଗୋଦା, ୪୭୫ ଗୋଟି ସାମୁହିକ ସ୍ନାନର ଅଳିଆ ସଫେଇ, ୩୯ ଗୋଟି ପର୍ଯ୍ୟଟନ ସ୍ଥଳୀ ସଫେଇ ୩୪ ଗୋଟି ଜଳାଶୟର ସଫେଇ ନିମନ୍ତେ ଷ୍ଟ୍ରିଟ କରାଇଯାଇଥିବା ସୂଚନା ପ୍ରଦାନ କରିଥିଲେ । ଏହି ପକ୍ଷ ବିଶେଷତ ଭାବେ ପରିମଳ ଗତ ସଫେଇ ଉପରେ ପର୍ଯ୍ୟବେଶିତ ଥ‌ିବା ଜଣାଇଥିଲେ । ପରବର୍ତୀ ସମୟରେ ଜିଲ୍ଲାପାଳ ରାୟଗଡ ଏହି ପକ୍ଷ ପରେ ମଧ୍ୟ ସଫେଇ ଅଭିଯାନକୁ ବଜାୟ ରଖି ପରିବେଶକୁ ଦୂଷିତ ହେବାକୁ ଦେବା ନହିଁ କହି ସମାରୋହରେ ଜଣାଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ବତୀ ମାଝୀ ମଧ୍ଯ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଫଳ କରିବା ପାଇଁ ମତ ପ୍ରଦାନ କରିଥିଲେ । ପରିଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଜିଲ୍ଲା ପରିଷଦ ରାୟଗଡର ସ୍ବଚ୍ଛତା ନିମନ୍ତେ ସମସ୍ତ ଉପସ୍ଥିତ କର୍ମକର୍ତ୍ତା, ଶିକ୍ଷାର୍ଥୀଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ ।
ଜିଲ୍ଲାପରିଷଦର ଏଇଓ- ଫାଇନାନ୍ସ ଶ୍ରୀ ବିଜୟ କୁମାର ନାୟକ ଉପସ୍ଥିତ ସମସ୍ତ ଅତିଥି କର୍ମକର୍ତ୍ତା ଓ ଶିକ୍ଷାର୍ଥୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରାମର୍ଶଦାତା ଶ୍ରୀ ଲକ୍ଷ୍ମୀ ନାରାୟଣ ଦୋରା ଓଜୟ ଲକ୍ଷ୍ମୀ ପାତ୍ର ପରିଚାଳନା କରିଥିଲେ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *