December 21, 2025
Home » ଏକାଦଶୀ ତିଥିରେ ମାଁ ରାମଚଣ୍ଡୀ ଙ୍କ ବିଷ୍ଣୁମାୟା, ଦ୍ୱାଦଶୀ ରେ ଶିବା ଓ ଆଜି ସତୀ ବେଶ ରେ ଦର୍ଶନ ଦେବେ ମାଁ

ଏକାଦଶୀ ତିଥିରେ ମାଁ ରାମଚଣ୍ଡୀ ଙ୍କ ବିଷ୍ଣୁମାୟା, ଦ୍ୱାଦଶୀ ରେ ଶିବା ଓ ଆଜି ସତୀ ବେଶ ରେ ଦର୍ଶନ ଦେବେ ମାଁ

0
WhatsApp Image 2025-09-19 at 5.30.25 PM (1)

 

ଛତ୍ରପୁର : କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମାଁ ରାମଚଣ୍ଡୀଙ୍କ ପୀଠରେ ଏକାଦଶୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ ମାଁ ରାମଚଣ୍ଡୀ ଙ୍କ ସୋଢଶ ଦିନାତ୍ମକ ପୂଜା ଚାଲିଚି l ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ ଓ ନବମୀ ରେ ମା’ ନାରାୟଣୀ ଦଶମୀ ରେ ଈଶାନୀ ବେଶ ଓ ଏକାଦଶୀ ରେ ମା’ ବିଷ୍ଣୁମାୟା ବେଶରେ ଦର୍ଶନ ଦେଇଥିଲେ lଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଶ୍ରୀ ଦିବାକର ଦାସ ମୁଖ୍ୟ କର୍ତ୍ତା ଓ ଗଞ୍ଜାମର ଅଶୋକ ଆଚାର୍ଯ୍ୟ ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ l

ଏହି ପୂଜା ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ଏବଂ ବ୍ରହ୍ମପୁର ର ଵେଦଧ୍ୟାୟୀ ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶ ଉପସ୍ଥିରେ ବେଦପାଠ କରାଜାଈ ପୂଜା ସମ୍ପନ୍ନ କରାଯାଇଥିଲା l ସନ୍ଧ୍ୟା ସମୟରେ ସବୁବେଳେ ମାଁ ଙ୍କ ମହା ଆରତୀ ଅନୁଷ୍ଠିତ ହୋଇଥାଏ l ତାପରେ ସଂକଳ୍ପ ହୋଇଥିବା ମାଁ ମାନଙ୍କ ଦ୍ୱାରା ଦୁର୍ଗା ସହସ୍ର ନାମରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଥାଏ l ଏଥିରେ ଶତାଧିକ ମାଆ ମାନେ ଭାଗନିଅନ୍ତି l ମହାଷ୍ଟମୀ ଯାଏଁ ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବାପାଇଁ ସ୍ଥିର କରଯାଇଛି l ଠିକ ସେହିପରି ପୂଜା ସୋପାନ ଅନୁସାରେ ଶ୍ରୀ ଚଣ୍ଡୀପାଠ,ଚଣ୍ଡୀ ହବନ ଇତ୍ୟାଦି କରା ଯାଇଥିଲା l ଏକାଦଶୀ ଅବସରରେ ମାଁ ଙ୍କୁ ଦର୍ଶନ କରିବା ଲାଗି ଛତ୍ରପୁର ଅଞ୍ଚଳର ସମାଜସେବୀ ଶ୍ରୀ ପ୍ରଶାନ୍ତ କର, ଶ୍ରୀ ଭାଗିରଥି ବେହେରା, ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି (ADM)ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l ଏହି ଅବସରରେ କରପଡା ପଞ୍ଚାୟତ ର ସରପଞ୍ଚ ଅଜୟ ନାୟକ,ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ଉପସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ ), ସହ ସଂଯୋଜକ ତୁଷାର ଶତପଥୀ, ଜୋତିର୍ବିଦ ଦୀପକ ଦାସ, ତ୍ରିନାଥ ନାୟକ,ଗୋବର୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧକ୍ଷ), ଦଣ୍ଡ ମହାରଣା ଏବଂ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରିଥିଲେ l

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *