October 23, 2025
Home » ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ମୂଲ୍ୟବାନ ଯନ୍ତ୍ରପାତି ସହ ସରଞ୍ଜାମ ଗାଏବ!ଉତ୍ତରଦାୟୀ କିଏ?

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ମୂଲ୍ୟବାନ ଯନ୍ତ୍ରପାତି ସହ ସରଞ୍ଜାମ ଗାଏବ!ଉତ୍ତରଦାୟୀ କିଏ?

0
WhatsApp Image 2025-09-23 at 3.58.20 PM

 

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରେ ପ୍ରାୟ ୧୯ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ କରାଯାଇଥିବା ଜଟିଳ ରୋଗ ଚିକିତ୍ସା କେନ୍ଦ୍ର ବହୁ ଉନ୍ନତମାନର ହୋଇଥିଲା। ଗତବର୍ଷ ଅକ୍ଟୋବର ମାସରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଭାସ ମାଧ୍ୟମରେ ଉଦଘାଟନ ହୋଇଥିଲା । ଲୋକମାନେ ବହୁତ ଆଶା ବାନ୍ଧିଥିଲେ ଏଠାରେ ଉନ୍ନତ ମାନର ଚିକିତ୍ସା ମିଳିବ। ମାତ୍ର ଉଦଘାଟନ ହେବାକୁ ବର୍ଷେ ପୂରିବାକୁ ଯାଉଛି ଚିକିତ୍ସାଲୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିିଁଁ ।

ଚିକିତ୍ସାରେ ରହିଥିବା ବହୁ ଆଧୁନିକ ଯନ୍ତ୍ରପାତି ସହିତ, ସେଣ୍ଟ୍ରାଲ ଏସି, ପାଣି ଟେପ, ୱାଟର ଫିଲଟର, ଇଲେଟ୍ରୋନିକ ଯନ୍ତ୍ରପାତି, ରୋଗୀ ଚିକିତ୍ସା ପାଇଁ ଆସିଥିବା ଆଧୁନିକ ଯନ୍ତ୍ରପାତି ଏପରି ଅନେକ ଜିନିଷ ଯାହାର ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବ ସବୁତକ ଗାଏବ ହୋଇଗଲା। ଆଉ ଏହାର କେହି ମଧ୍ୟ ଟେର ପାଇଲେ ନାହିଁ। ଚିକିତ୍ସାଳୟରେ ମାଳ ମାଳ ସୁରକ୍ଷାକର୍ମୀ, ଦୁଇଜଣ ମେନେଜର ଓ ଗୋଟିଏ ପୋଲିସ ଫାଣ୍ଡି ରହିଅଛି ହେଲେ କେହି ମଧ୍ୟ ଚୋର କିମ୍ବା ଚୋରି ହୋଇଥିବା ସାମଗ୍ରୀ ବିଷୟରେ କିଛି ସୂଚନା ମଧ୍ୟ ପାଇଲେ ନାହିଁ।

 

ବରଗଡ ଜିଲ୍ଳାରୁ କ୍ଷମାନିଧି ବଣ୍ଡୁକିଙ୍କ ରିପୋର୍ଟ ଇପିଏ ନିଉଜ

Leave a Reply

Your email address will not be published. Required fields are marked *