October 23, 2025
Home » ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି।

ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି।

0
WhatsApp Image 2025-09-25 at 10.47.44 AM

 

କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାଗ୍ରାମସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାଠାରେ ପୁରାତନ ଛାତ୍ରମାନଙ୍କୁ ନେଇ ରୌପ୍ଯ ଜୟନ୍ତୀ ପାଳନ ସକାଶେ ଏକ ଜରୁରୀ ବୈଠକ ହୋଇଥିଲା ଏଥିରେ ଶତାଧିକ ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଏହି ବୈଠକରେ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ମୃତ୍ଯୁଞୟ ବେହେରାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ଆରମ୍ଭ ହୋଇ ରୌପ୍ଯ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଭିନ୍ନ ବିଷୟକୁ ଧ୍ୟାନ ଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପ୍ରାପ୍ତ ଯୁବ ଶିକ୍ଷକ ଡିଲେଶ୍ବର ରଣା କମିଟିର ରୂପରେଖ ତଥା ବିଭିନ୍ନ କମିଟି ଉପରେ ସବିଶେଷ ଆଲୋକପାତ କରିଥିଲେ। ତାପରେ ପୁରାତନ ଛାତ୍ର ମାନଙ୍କ ମଧ୍ଯରୁ ପ୍ରତି ବ୍ଯାଚରୁ ଦୁଇଜଣ ସଦସ୍ଯ ଭାବରେ ୬୬ ଜଣଙ୍କୁ ନେଇ ନୂତନ ଆଲୁମିନି କୋର କମିଟି ଗଠନ କରାଯାଇଥିଲା ସଭାପତି ଭାବରେ ୧୯୮୯ ମାଟ୍ରିକ ବ୍ଯାଚର ବରିଷ୍ଠ ଛାତ୍ର ତଥା ଶିକ୍ଷକ ରବିନ୍ଦ୍ର କୁମାର ସାହୁ, ସଂପାଦକ ଭାବରେ ତେଜରାଜ ସାହୁ, ୫ଜଣ ଉପସଭାପତି ଭାବରେ କିଶୋର ମହାଲିଙ୍ଗ, ପଦ୍ମଲୋଚନ ସେନାପତି, ଯୋଗେନ୍ଦ୍ର ମାଝୀ, ଶତ୍ରୁଘନ ମାଝୀ, ନେହେରୁଲାଲ ନନ୍ଦ ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବରେ ଆଦିତ୍ଯ ମିଶ୍ର, ଯୁଗ୍ମସଂପାଦକ ଭାବରେ ହିରାଧର ସାହୁ, ଶୁସାନ୍ତ ସେନାପତି, ଯୁଗଳ ବିଶ୍ବାଳ, କୁମୁଦ ସାହୁ, ପ୍ରକାଶ ମିଶ୍ର, ମିଡିଆସେଲ ସଂଯୋଜକ ଭାବରେ ପର୍ବତାରୋହୀ ରୋମାଞ୍ଚଳ ଭୋଇ ଓ ଦେବେନ୍ଦ୍ର ସାହୁ ସମସ୍ତଙ୍କୁ ମନୋନୀତ କରାଯାଇଥିଲା। ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ତଥା ସମସ୍ତ ଶିକ୍ଷକଙ୍କ ସମ୍ମତିକ୍ରମେ ଏଭରେଷ୍ଟ ଆରୋହୀ ଶିକ୍ଷକ ଯୋଗବ୍ୟାସ ଭୋଇଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କୃତ ତଥା ଯୁବ ସାହିତ୍ୟିକ ଡିଲେଶ୍ବର ରଣାଙ୍କୁ କାର୍ଯ୍ୟକାରୀ ସଂପାଦକ ଭାବରେ ବୈଠକରେ ମନୋନୀତ କରାଯାଇଥିଲା। ଆସନ୍ତା ଡିସେମ୍ବର ମାସର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ରୌପ୍ଯ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଅଛି। ଏହି ବୈଠକରେ ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠର ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି, ବିଜୟ ସାହୁ, ବିକ୍ରମ ଗଉଡ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷକ ସୁଦାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମଥର ପାଇଁ ରୁପ୍ରା ଅଞ୍ଚଳରେ ରୌପ୍ଯ ଜୟନ୍ତୀ ମହା ସମାରୋହରେ ପୁରାତନ ଛାତ୍ରଛାତ୍ରୀମାନେ ପାଳନ କରିବେ ବୋଲି ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୃତ୍ଯୁଞୟ ବେହେରା ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *