October 23, 2025
Home » ଧାନକାର୍ଡ ପଞିକରଣ କୁ ନେଇ ବାପାକୁ ହତ୍ଯା

ଧାନକାର୍ଡ ପଞିକରଣ କୁ ନେଇ ବାପାକୁ ହତ୍ଯା

0
WhatsApp Image 2025-09-29 at 10.02.47 AM

ଭେଡେନ; ସରକାରଙ୍କ ଜଟିଳ ଧାନପଞିକରଣ ନୀତି ର କୁ ପରିଣାମ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡେନ ଥାନା ବକଟି ଗ୍ରାମପଞ୍ଚାୟତ ଅପାମରା ଗ୍ରାମରେ ।।ଧାନକାର୍ଡ ପଞିକରଣକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା ।।ବିବାଦ ଘନେଇ ବାପାକୁ ହତ୍ଯାଯାଏ କଥା ଯାଇଥିଲା ।।ପ୍ରାୟ ମାସକ ପୂର୍ବରୁ ଘଟିଥିବା ଏଭଳି ଜଘନ୍ଯ ହତ୍ଯାକାଣ୍ଡ ଘଟଣାରେ ପୁଲିସ ଶେଷରେ ଅଭିଯୁକ୍ତ ପୁଅ ବାବୁଲାଲ ଧରୁଆ୪୫ବର୍ଷ କୁ ଗିରଫ କରି କୋଟ ଚାଲାଣ କରିଛି ।।ପୋଲିସ ସୂଚନା ଅନୁସାରେ ଗତ ଅଗଷ୍ଟମାସ ୨୫ତାରିଖରେ ଉକ୍ତ ହତ୍ଯାକାଣ୍ଡ ସଂଘଟିତ ହୋଇଥିଲା ।।ବାପା ବିଦେଶି ଧରୁଆ(୬୫)କୁ ଧାନକାଡ ପଞିକରଣକୁ ନେଇ ତାଙ୍କବଡପୁଅ ବାବୁଲାଲ ଓରଫ ଜୟଲାଲ ଧରୁ(୪୫),ପୁତ୍ରବଧୁ ଯଶୋବନ୍ତୀ ଧରୁଆ(୪୨)ଓ ନାତି ବଳରାମ ଧରୁଆ(୧୯)ମଶି ହତ୍ଯାକରି ଶବକୁ ବଲାଙ୍ଗୀର ନେଇ ପୋଡିଦେଇ ହତ୍ଯାକୁ ଭିନ୍ନରୂପ ଦେବାର ଉଦ୍ଯମ କରିଥିଲେ ।।ଏ ନେଇ ସାନପୁଅ ତେଜରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ଭେଡେନ ରୁ ଇପିଏ ନିଉଜ ହରିଶଙ୍କର ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *