October 23, 2025
Home » ଶିକ୍ଷକ ସଂଘ ର ସାଂଗଠାନିକ ବୈଠକ ଅନୁଷ୍ଠିତ

ଶିକ୍ଷକ ସଂଘ ର ସାଂଗଠାନିକ ବୈଠକ ଅନୁଷ୍ଠିତ

0
WhatsApp Image 2025-10-03 at 6.52.49 PM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଏକ୍ସକ୍ୟାଡ଼ର ସଂଘ ର ଏକ ସାଂଗଠନିକ ବୈଠକ କଣ୍ଟାମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସଭାପତି ରତ୍ନନିଧି ଖମାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ସଂଘ ର ସଭାପତି ରଂଜୁ ଅମାତ ଯୋଗଦେଇ ସମସ୍ତେ କିପରି କ୍ୟାଡ଼ର ଭୁକ୍ତ ହେବେ ଏବଂ ତା. 07-05-25 ମସିହାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର କୁ କାର୍ଯ୍ୟକାରୀ କରିବା, ସିଆରସିସି ଚୟନ ରେ ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ସାମିଲ କରିବା ପାଇଁ ସରକାରୀ ସ୍ତରରେ କିପରି ତ୍ୱରାନିତ୍ୱ ହୋଇପାରିବ ସେ ସମ୍ପର୍କରେ କହିଥିଲେ। ବ୍ଲକ ସଂଘ ର ସମ୍ପାଦକ କେଶବ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। କୋଷାଧ୍ୟକ୍ଷ ନରେଶ ଚନ୍ଦ୍ର କର୍ମୀ ସଂଘକୁ ପୁର୍ନଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ l ପ୍ରସ୍ତାବ କ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ରଂଜନ ଗରିଆ ଓ ଯୁଗ୍ମ ସମ୍ପାଦକ ଭାବେ ଗୌତମ ସିଂ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚମରୁ ବାଗ, ତରଣୀ ରଞ୍ଜନ ସାହୁ, ପ୍ରଶାନ୍ତ ବିଭାର, ମହାଦେବ ବଘାର, ପ୍ରଫୁଲ୍ଲ ବାଘ, ସପ୍ତେଶ୍ୱର ପରଡିଆ, ସୁଦାମ କର୍ଣ୍ଣ, ବିଶ୍ଵାମିତ୍ର ରାଜହଂସ, ସଚ୍ଚିଦାନନ୍ଦ ପ୍ରଧାନ, ବିସିକେଶନ ପ୍ରଧାନ, ପଦ୍ମଚରଣ ପ୍ରଧାନ, ସରୋଜ ରଣା, କ୍ଷୀରୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶେଷରେ ହରିଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *