ଗଣିଆ ପ୍ରେସ କ୍ଳବର ଶାରଦୀୟ ବନ୍ଧୁମିଳନ

ଗଣିଆ – ଗଣିଆରେ ଥିବା ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବର ଶାରଦୀୟ ବନ୍ଧୁମିଳନ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର କାର୍ଯ୍ଯରତ ୧୩ ଜଣ ସାମ୍ବାଦିକ ମାନଙ୍କ ପରିବାରର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମହିଳା ମାନେ ଗୋଟିଏ ରଙ୍ଗର ଶାଢ଼ୀ ପରିଧାନ କରିଥିବା ବେଳେ ପୁରୁଷ ମାନେ ବି ଗୋଟିଏ ରଙ୍ଗର ପ୍ୟାଣ୍ଟ ଏବଂ ସାର୍ଟ ପରିଧାନ କରିଥିଲେ । ମହିଳା ଓ ପିଲାମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଶିବାନୀ ସାହୁ ପ୍ରଥମ,ମିନାରାଣୀ ମିଶ୍ର ଦ୍ବିତୀୟ, ଜୟନ୍ତୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ଶେଷଦେବ ସ୍ବାଇଁ ଯୋଗ ଦେଇଥିଲେ । ସଂଘ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବଣ୍ଟନ କରିଥିଲେ । ସାମ୍ବାଦିକ ସଂଘରେ ନିଜର ଧର୍ମପତ୍ନୀ ମାନଙ୍କୁ ସାମିଲ କରି ବନ୍ଧୁମିଳନ ଏକ ନିଆରା ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ । କିଛି ଦିନ ତଳେ ପ୍ରେସ କ୍ଳବ୍ ତରଫରୁ ମାଗଣା ଚକ୍ଷୁ ଚିିିକିତ୍ସା ଶିବିର ଆୟୋଜନ କରାଯାଇଥିବାରୁ ଅତିଥି ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ସଂଘ ତରଫରୁ ଏକ ବ୍ଳକ ସ୍ତରୀୟ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ସଂଘର ସ୍ଥାୟୀ ସଭାପତି ଦେବୀ ପ୍ରସାଦ ଦାଶ ମତ ଦେଇଥିଲେ । ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ରହିବାକୁ ସଭାପତି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତି, ସରୋଜ କୁମାର ଦାଶ,ଆନନ୍ଦ ଚନ୍ଦ୍ର ବେହେରା,ଅଜିତ କୁମାର ଦାଶ, ଚିତ୍ତରଞ୍ଜନ ମିଶ୍ର, ବ୍ରଜକିଶୋର ସାହୁ,ସୁବ୍ରତ କୁମାର ରାଉତ, ବିଜୟଲକ୍ଷ୍ମୀ ରାଉତ, ବାବୁଲାଲ ମିଶ୍ର,ରମେଶ କୁମାର ମିଶ୍ର,ପଙ୍କଜ କୁମାର ସାହୁ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ ।