October 23, 2025
Home » ସାବତ ପୁଅ ର ଭୁଜାଲି ଚୋଟ ରେ ସାବତ ବାପର ମୃତୁ

ସାବତ ପୁଅ ର ଭୁଜାଲି ଚୋଟ ରେ ସାବତ ବାପର ମୃତୁ

0
WhatsApp Image 2025-10-05 at 8.23.13 PM

 

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ର ହନୁମାନ ହୋଟିଂ ରେ  ରବିବାର ଦିନ ନିଜ ସାବତ ବାପାଙ୍କୁ ସାବତ ପୁଅ ସଂଘବଦ୍ଧ ଭାବେ ହତ୍ୟା କରି ଫେରାର ହେବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ମୃତକ ମନୋଜ କାଳନ୍ଦୀ  ବୟସ(୩୫) ସକାଳ ପ୍ରାୟ ୯ ଘଟିକା ରେ ସ୍କୁଟି ଦ୍ୱାରା ଯାଉଥିବା ବେଳେ ପୂର୍ବରୁ ଛକି ବସିଥିବା ସାବତ ପୁଅ ବିଶାଲ କାରୁଆ ଓ ତାର ସାଙ୍ଗ ମାନେ ପ୍ରଥମେ ମନୋଜ କୁ ଏକ ଲୁହା ପାଇପ ଦ୍ୱାରା ମୁଣ୍ଡ ରେ ବାଡେଇଥିଲେ  ତଳେ ପଡିଯିବାରୁ ବିଶାଲ ଏକ ଭୁଜାଲି ରେ ମନୋଜ ର ପେଟ କୁ ହାଣି ପକାଇଥିଲା l ଘଟଣା ଘଟାଇ ବିଶାଲ ସେଠାରୁ ଫେରାର ହେବା ପରେ ସ୍ଥାନୀୟ ଲୋକ ମାନେ ପୋଲିସ କୁ ଖବର ଦେଇଥିଲେ l ମନୋଜ ର ପରିବାର ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇ ଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଶବ କୁ ଜବତ କରି ଘଟଣା  ବିଷୟରେ ଅନୁଧ୍ୟାନ କରିଥିଲେ  ।  ଶବ କୁ  ଡାକ୍ତରଖାନା ର ଶବ ଗୃହ ରେ ରଖି ଫେରାର ଥିବା ବିଶାଲ ଓ ତା ସାଙ୍ଗ ମାନଙ୍କୁ ଧରିବାକୁ  ଚେଷ୍ଟା ଚଳାଇଛି l ତେବେ ମନୋଜ କାଳନ୍ଦୀ ପୂର୍ବରୁ ବିବାହିତ ଥିବା ବେଳେ ବିଶାଲ କାରୁଆ ର ମା ଲକ୍ଷ୍ମୀ କାରୁଆ କୁ ଦ୍ୱିତୀୟ ସ୍ତ୍ରୀ ଭାବେ ଘରକୁ ଆଣିବା ପରେ ବିଶାଲ ଓ ମନୋଜ ମଧ୍ୟରେ ପୂର୍ବରୁ ଅନେକ ଥର ଝଗଡା ହୋଇଛି l ପୂର୍ବରୁ ଉଭୟ ଙ୍କ ମଧ୍ୟ ରେ ତିକ୍ତତା ରହିଥିବା ହେତୁ ଆଜି ଏତେ ବଡ଼ ଜଘନ୍ୟ କାଣ୍ଡ ଘଟିଗଲା ବୋଲି ମୃତ ମନୋଜ ର ମା ଓ ପିଉସୀ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି l ଘଟଣା ଘଟାଇ ବିଶାଳ କେଉଁଆଡେ ଚାଲି ଯାଇଛି ବୋଲି ମା ଲକ୍ଷ୍ମୀ କାରୁଆ କହିଛନ୍ତି l

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ

Leave a Reply

Your email address will not be published. Required fields are marked *