ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଗିରଫ,ମୁଖ୍ୟ ଅଭିଯୁକ୍ତ ଫେରାର l
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବୁରୋମୁଣ୍ଡା ଠାରେ ଥିବା ଗଞ୍ଜେଇ ଗୋଦାମ ରେ ଚଢ଼ାଉ କରିଛି ସୋନପୁର ପୋଲିସ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ସୂତ୍ରରୁ ପ୍ରକାଶ ଯେ ଗତ 07 ତାରିଖ ସକାଳ ୧୦.୩୦ ସମୟରେ ସୋନପୁର ଥାନାର ଏକ ଟିମ୍ ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଏକ ଧଳା ରଙ୍ଗର ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଉକ୍ତ ଗାଡିର ସନ୍ଧାନ ପାଇ ତାର ପିଛା କରିଥିଲେ l ଉକ୍ତ ଗାଡି ସୋନପୁର-ବଲାଙ୍ଗିର ରାସ୍ତାର ହରଡଖୋଲ ଗ୍ରାମ ଦେଇ ବୁରୋମୁଣ୍ଡା ଗ୍ରାମକୁ ଦ୍ରୁତ ଗତିରେ ଯାଉଥିବା ବେଳେ କୌଶଳ କ୍ରମେ ପୁଲିସ ଟିମ ତାହାର ପିଛା କରିଥିଲେ l ସେହି ଗାଡିଟି ବୁରୋମୁଣ୍ଡା ଗ୍ରାମର ଗଞ୍ଜେଇ ମାଫିଆ ଗୁଲୁ ସାହୁଙ୍କ ଗୋଦାମ ଘରକୁ ଯାଇ ସେଠାରେ ଗାଡିରୁ ଗଞ୍ଜେଇ ବସ୍ତା ଓଲ୍ଲାଇ ଗୋଦାମ ଭିତରେ ଦୁଇ ଜଣ ଲୋକ ରଖୁଥିବା ବେଳେ ସେମାନଙ୍କ ଠାରୁ ୨ ଟି ବସ୍ତାରେ ଥିବା ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଇଣ୍ଡିଗୋ ଇସିଏସ କାର ନଂ ଓଡି ୩୧-୫୯୫୫ କୁ ଜବତ କରାଯିବା ସହ ଡ଼୍ରାଇଭର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମାର୍ଡୋଲ ଗ୍ରାମର ବିଶିକେଶନ୍ ଭୋଇ (୪୫) ଓ ବୁରୋମୁଣ୍ଡା ଗ୍ରାମର ଗୌରୀଶଙ୍କର ମଲ୍ଲିକ (୪୦) ଙ୍କୁ ଗିରଫ କରାଯାଇଛି l

ସୋନପୁର ପିଏସ କେସ ନଂ. ୨୫୦/ତା ୦୭.୧୦.୨୫U/s-20(b) (ii)C/25/29 ଏନଡ଼ିପିଏସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି l ପ୍ରଥମ କେସର ତଦନ୍ତ ସାରି ପୁଲିସ ଟିମ ଅଭିଯୁକ୍ତ ମାନଙ୍କୁ ଧରି ବୁରୋମୁଣ୍ଡା ଗ୍ରାମରୁ ବାହାରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ଅଭିଯୁକ୍ତ ଗୌରିଶଙ୍କର ମଲ୍ଲିକ ଯାହାର ଘର ଉକ୍ତ ଗୁଲୁ ସାହୁ (ଦେବେନ୍ଦ୍ର) ର ଗୋଦାମ ଘର ସାମନାରେ ଅବସ୍ଥିତ ସେହି ଘରେ ଗୌରିଶଙ୍କର ଓ ଗୁଲୁ ସାହୁ ମିଶି ଆହୁରି ଗଞ୍ଜେଇ ବେଆଇନ ଭାବେ ରଖିଛନ୍ତି l ଏହି ଖବର ପାଇ ପୁଲିସ ଟିମ ସାକ୍ଷୀ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଘରର ଏକ କୋଠରୀରୁ ୧ କ୍ଵିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଥିଲେ l ଏ ନେଇ ଅଧିକ ତଦନ୍ତ ଚାଲିଥିଲା ବେଳେ ପୋଲିସ୍ ସ୍କାନର ରେ ବର୍ତ୍ତମାନ ଫେରାର ଥିବା ଗଞ୍ଜେଇ ମାଫିଆ ବୁରୋମୁଣ୍ଡା ର ଗୁଲୁ ସାହୁ l ଏ ନେଇ ଏକ ମାମଲା ସୋନପୁର ପିଏସ କେସ ନଂ ୨୫୧/ତା ୦୭.୧୦.୨୫ U/s-20(b) (ii)C/29 ଏନଡ଼ିପିଏସ ଆକ୍ଟ ଅନୁସାରେ ଅନ୍ୟ ଏକ କେସ ରୁଜୁ କରାଯାଇ ମାମଲାର ତଦନ୍ତ ଚାଲୁଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
