October 23, 2025
Home » ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ

0
WhatsApp Image 2025-10-10 at 1.41.05 PM

 

ରାୟଗଡା ସହରରେ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଅକ୍ଟୋବର, ୨୦୨୫ ତାରିଖ ସକାଳ ୧୦ ଘଣ୍ଟା ସମୟରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ, ରାୟଗଡ଼ା ପୌରପାଳିକା ଅଧ୍ୟକ୍ଷ,ଅଧ୍ୟକ୍ଷା,ନିର୍ବାହୀ ଅଧିକାରୀ, ରାୟଗଡ଼ ପୌରପାଳିକା, ରାୟଗଡ଼ା ବିଡ଼ିଓ, ବରିଷ୍ଠ ଶିକ୍ଷାବିତ୍,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ,ଗୁଣପୁର ଏସଡିପିଆରଓ ମଞ୍ଚାସିନ ଥିଲେ ।

ଏହି ଅବସରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନାର୍ଥେ ଶପଥ ଗ୍ରହଣ ହୋଇଥିଲା। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ନେଇ ଅଧିକାରୀ ଏବଂ ବିଶେଷଜ୍ଞମାନେ ବୟସ୍କ ନିର୍ଯାତନା ନିବାରଣ, ସାଇବର ଅପରାଧ ସଚେତନତା ଏବଂ ବରିଷ୍ଠ ଅଧିକାର ଉପରେ ଅଧିବେଶନ ପରିଚାଳନା କରିବାକୁ ନେଇ କହିଥିଲେ।ଆଜିର ଏହି ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ କାର୍ଯ୍ୟକ୍ରମ ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ୨୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା।

 

ଏଥିସହ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ପାଇଁ ୟୋଗା କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ହିତାଧିକାରୀଙ୍କୁ ଭରା ବଣ୍ଟନ ହୋଇଥିଲା। ରାୟଗଡ଼ା ବ୍ଲକରେ ମୋଟ ୧୨୧ ହିତାଧିକାରୀଙ୍କୁ ଓ ମ୍ୟୁନିସିପାଲିଟିର ୨୦ ଜଣଙ୍କୁ ଭତ୍ତା ବାବଦକୁ ପ୍ରତି ମାସରେ ଏକ ହଜାର ଟଙ୍କା ହିସାବରେ ଗତ ସେପ୍ଟେମ୍ବର ମାସରୁ ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ମୋଟ ୨୧୦ ଜଣ ପଞ୍ଜିକୃତ ହୋଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ପରିଚାଳନା କରିଥିବା ବେଳେ ନୀଳାଚଳ ମିଶ୍ର ସମ୍ପାଦନ କରିଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *