October 23, 2025
Home » ହରଗୌରୀ ଙ୍କ ପୀଠରେ କୁଙ୍କୁମ ପୂଜା,ଭାଗନେଲେ ଶତାଧିକ ମହିଳା

ହରଗୌରୀ ଙ୍କ ପୀଠରେ କୁଙ୍କୁମ ପୂଜା,ଭାଗନେଲେ ଶତାଧିକ ମହିଳା

0
WhatsApp Image 2025-10-12 at 6.02.38 PM

ସୁବର୍ଣ୍ଣପୁର –ଆଜି ହରଗୌରୀ ଯାତ୍ରା ର ସପ୍ତମ ଦିବସରେ ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି । ଢେରାପଡା ରେ ଅନୁଷ୍ଠିତ ହରଗୌରୀ ଯାତ୍ରା ସମୟରେ ଏହି କୁଙ୍କୁମ ପୂଜା ରେ ବସିବା ପାଇଁ ସମସ୍ତ ମହିଳା ଙ୍କ ମଧ୍ୟରେ ଅନେକ ଅପେକ୍ଷା ଥାଏ। କୁଙ୍କୁମ ପୂଜା ସଧବା ନାରୀ ଓ ଅବିବାହିତା ଯୁବତୀ ମାନେ କରିଥାନ୍ତି। ଏହାଦ୍ବାରା ଅନେକ ପୂଣ୍ୟଫଳ ପ୍ରାପ୍ତି ହେବାସହ ପରିବାର ରେ ସୁଖଶାନ୍ତି , ଆରୋଗ୍ୟ ତଥା ଐଶ୍ୱର୍ଯ୍ୟ ଓ ଯଶପ୍ରାପ୍ତି ହୋଇଥାଏ ବୋଲି ମନେ କରାଯାଏ । ତେଲୁଗୁ ପାନ୍ତୁଲୁ ଆଦିୱ।ନୀ ଦୁର୍ଗାପ୍ରସାଦ ଙ୍କ ଗୁରୁ ଗମ୍ଭୀର ମନ୍ତ୍ରୋଚ୍ଚାରଣ ଓ ବ୍ରତଧାରୀ ଙ୍କ ହୁଳହୁଳି ରେ ସମଗ୍ର ପୂଜାସ୍ଥଳି ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସାଂସାରିକ ଶୁଭ୍ରତା , ଶାନ୍ତି ଓ ମହିଳା ଙ୍କ ଆୟୁ, ସୁଭାଗ୍ୟ ପ୍ରାପ୍ତି ପାଇଁ ଏହି କୁଙ୍କୁମ ପୂଜା କରାଯାଇଥାଏ । ସେପଟେ ପ୍ରାତଃ ସମୟରୁ ମାଁ ବୁଢିମାଙ୍କ ଠାରେ ସ୍ଵତନ୍ତ୍ର ରୀତି ନୀତି ଅନୁଯାୟୀ ପୂଜାପାଠ ସହ ହରଗୈ।ରୀ ଙ୍କ ପୀଠରେ ସୁପ୍ରଭାତମ୍ , ମହାପୂଜା ଓ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା ଆଜି କର୍ତ୍ତା ଭାବରେ ରମୁ ଅଗ୍ରୱାଲ ଓ ଗୁତୁ ଲିଙ୍ଗରାଜ ପାତ୍ର ସପତ୍ନୀକ କାର୍ଯ୍ୟ ତୁଲାଇଥିଲେ। ସଂଧ୍ୟା ରେ ହରଗୈ।ରୀ ଙ୍କୁ ସ୍ଵ ଆସ୍ଥାନ ରୁ ଆଣି ନଗର ପରିକ୍ରମା କରାଇ ବିଭିନ୍ନ ଦ୍ୱାର ସାମ୍ନାରେ ଶ୍ରଦ୍ଧାଳୁ ହରଗୈ।ରୀ ଙ୍କ ପୂଜା କରିଥିଲେ।ଆଜି ହର ଙ୍କୁ ରାଉରକେଲା ର ରିଙ୍କୁ ପାତ୍ର ଓ ଗୈାରୀ ଙ୍କୁ ମାଥିଲି ର ନମ୍ରତା ପାତ୍ର ମୁଣ୍ଡରେ ବୋହି ବିଭିନ୍ନ ସାହି ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ବଲପୁର ର ପଞ୍ଚବାଦ୍ୟ ଅନୁଷ୍ଠାନ ପକ୍ଷରୁ ଲୋକନାଚ ଗୀତ ପରିବେଷଣ ରେ ଢେର ରାତି ଯାଏ ଲୋକେ ମଜା ନେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *