October 23, 2025
Home » ଜିଲ୍ଲା ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୫

ଜିଲ୍ଲା ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୫

0
WhatsApp Image 2025-10-12 at 12.21.27 PM

 ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ, ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ୨୦୨୫ ଆୟୋଜିତ ହୋଇଯାଇଅଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ କହିଥିଲେ ଯେ ବରିଷ୍ଠ ନାଗରିକ ମାନେ ନିୟମିତ ଯୋଗ ଓ ଚଲାବୁଲା କରି ନିଜ ସ୍ବାସ୍ଥ୍ୟର ଯନ୍ନ ନିଅନ୍ତୁ।

 

ମନୋମାଳିନ୍ୟ ନ କରି ସମସ୍ତଙ୍କ ମିଳାମିଶା କରି ଶେଷ ଜୀବନକୁ ଉପଭୋଗ କରି ସମାଜରେ ଏକ ଆଦର୍ଶ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ଅନ୍ୟତମ ଅତିଥିମାନେ ସମାଜର ବରିଷ୍ଠ ନାଗରିକ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ଆଲୋଚନା କରିଥିଲେ ଏବଂ ଏହି ଦିବସର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ।

ବରିଷ୍ଠ ନାଗରିକ ନିମନ୍ତେ ଯୋଗ ଶିବିର କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଔଷଧ ବଣ୍ଟନ ଆଦି ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ସହିତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଏହି ଦିବସର ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଓ ସ୍କାରକୀ ପ୍ରଦାନ କରାଯାଇଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,ଆଇ.ଆଇ.ସି.ସାର୍ଭାଗୁଡା ଶ୍ରୀ ଦିନେଶ କହଁର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ମୂଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଣବ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ସଭାପତି, ବରିଷ୍ଠ ନାଗରିକ ସଙ୍ଗ ଶ୍ରୀ ପଦ୍ମ ଚରଣ ସ୍ବାଇଁ, ସଭାପତି,ବରିଷ୍ଠ ନାଗରିକ ସଙ୍ଗ ଶ୍ରୀ ସର୍ବେଶ୍ଵର ମିଶ୍ର,ବ୍ରହ୍ମ କୁମାରୀ ସବିତା ଯୋଗଦେଇ ଥିବା ବେଳେ ଶତାଧିକ ବରିଷ୍ଠ ନାଗରିକ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ଜନତା ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *