ମାଁ ରାମଚଣ୍ଡୀ ପୀଠରେ ଚାମୁଣ୍ଡା କ୍ଲବ୍(ହରିପୁର ବୁରୁଡି) ତରଫରୁ ପ୍ରସ୍ତୁତି ବୈଠକ

ଛତ୍ରପୁର: ଛତ୍ରପୁର ନିକଟବର୍ତ୍ତୀ, ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ରେ ଥିବା ପ୍ରତିଷ୍ଠିତ ଶକ୍ତିପୀଠ ମାଁ ରାମଚଣ୍ଡୀ ଶକ୍ତିପୀଠ ରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବୁରୁଡି ଅଞ୍ଚଳର ମା’ ଚାମୁଣ୍ଡା କ୍ଲବ୍ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନ ଓ ମାଁ ରାମଚଣ୍ଡୀ ପୂଜା କମିଟି ର ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ପୋର୍ଟ ଅଦାନୀ ଫାଉଣ୍ଡେସନ ର ସି.ଏସ.ଆର ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର ଯୋଗ ଦେଇଥିଲେ ।
ଏହି ବୈଠକ ରେ ବିଭିନ୍ନ ବିଷୟ କୁ ନେଇ ଚର୍ଚ୍ଚା ହୋଇଥିଲା ସେଥିମଧ୍ୟରୁ ଆସନ୍ତା ୧୨. ୧୦. ୨୦୨୫ ରବିବାର ଦିନ ସ୍ବେଛାସେବୀ ସଂଗଠନ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନ ର ଦଶ ବର୍ଷ (୧୦) ପୂର୍ତ୍ତୀ ଅବସରରେ ରମ୍ଭା କଲ୍ୟାଣ ମଣ୍ଡପ ରେ ହବାକୁ ଥିବା କାର୍ଯ୍ୟକ୍ରମ କୁ କିପରି ସଫଳ କରାଯିବ ତାହା ମୁଖ୍ୟ ପ୍ରସଙ୍ଗ ଥିଲା । ସ୍ବେଛାସେବୀ ସଂଗଠନ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ଏହି ଅନୁଷ୍ଠାନର ମୁଖ୍ୟ ପ୍ରତାପ ନାୟକ(ପପୀ ଭାଇ), ମା’ ରାମଚଣ୍ଡୀ ଟ୍ରଷ୍ଟ ର କୋଷାଧକ୍ଷ ଲକ୍ଷ୍ମୀ ନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ,ପୂଜା କମିଟି ସଭାପତି ଶ୍ରୀ ଦୟାନନ୍ଦ ରେଡ୍ଡୀ,ଉପସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ(ମହାରାଜ), ତ୍ରିପତି ବାଲାଜୀ ମିଶ୍ର,ଜ୍ୟୋତିସ ଦୀପକ ଦାସ ଓ ଚାମୁଣ୍ଡା କ୍ଳବ ର ମୁଖ୍ୟ ଶ୍ରୀ ରବୀନ୍ଦ୍ର ନାୟକ ଙ୍କ ସହିତ ଅନ୍ୟ ସମସ୍ତ କମିଟି ସଦସ୍ୟ ଓ ରାମଚଣ୍ଡୀ ପୂଜା କମିଟି ସହ ସମ୍ପାଦକ ଦଣ୍ଡପାଣି ମହାରଣା, ସହ ସଂଯୋଜକ ତୁଷାର ଶତପଥି, ଶଙ୍କର ନାୟକ, କୋଷାଧକ୍ଷ କୁଞ୍ଜ ନାୟକ, ବୃନ୍ଦାବନ ନାୟକ, କେଦାର ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଗୋପାଳ ନାୟକ, ବରୁଣ ଚୌଧୁରୀ,ଉପେନ୍ଦ୍ର ବେହେରା ଏହା ସହିତ ଚାମୁଣ୍ଡା କ୍ଲବ୍ ସଦସ୍ୟ – ଅବକାଶ, ସମୀର, ସୁଶାନ୍ତ, ପପୁ , ଗୟା ଚାନ୍ଦ, ବସନ୍ତ।ଗ୍ରୀନ ପିସ୍ ଭିଳେଜ୍ ଫାଉଣ୍ଡେସନ- ପ୍ରକାଶ, ପ୍ରଶାନ୍ତ ଆରୁଆ ରାଜପୁତ ମହୋତ୍ସବ ସଂଯୋଜକ – ବିକାଶ, ପଞ୍ଚାନନ, ଲୁନା , ପ୍ରମୋଦ ସମସ୍ତେ ଉପସ୍ଥିତ ଥିଲେ l
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ