December 23, 2025
Home » ବାଣ ବିସ୍ଫୋରଣରେ ଦୁଇ ଗୁରୁତର। ଚିକିତ୍ସା ପାଇଁ କଟକ ବଡଡ଼ାକ୍ତରଖାନା ରେଫର।

ବାଣ ବିସ୍ଫୋରଣରେ ଦୁଇ ଗୁରୁତର। ଚିକିତ୍ସା ପାଇଁ କଟକ ବଡଡ଼ାକ୍ତରଖାନା ରେଫର।

0
WhatsApp Image 2025-10-15 at 5.26.56 PM

 

 

ଆଠଗଡ:ମଙ୍ଗଳ ବାର ସକାଳୁ ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମରେ ବାଣ ବିସ୍ପୋରଣ ଘଟି ପାପୁନ ବେହେରା ଓ ବିପ୍ଳବ ସାହୁ ନାମକ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି ।ସେମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଖବର ପାଇ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଂଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଉଭୟ ଗୁରୁତର ଆହତ ହୋଇଥିବାରୁ ଡାକ୍ତର ମାନଙ୍କ ସହ ପରାମର୍ଶ କ୍ରମେ ସେମାନଙ୍କୁ ବିଧାୟକ ଶ୍ରୀ ସ୍ଵାଇଁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ ବ୍ୟବସ୍ଥା କରିଥିଲେ। ପ୍ରକାସଯୋଗ୍ୟ ପୁରୁଣା ତିଗିରିଆ ବାଣ ତିଆରି ପାଇଁ ପ୍ରସିଦ୍ଧ।ଏଠାରେ ଅସୁରକ୍ଷିତ ଅବସ୍ଥାରେ ଗ୍ରାମର ଅଧିକାଂଶ ପରିବାର ବେଆଇନ ଭାବେ ବାଣ ତିଆରି ଓ ବ୍ୟବସାୟ କରିଥାନ୍ତି।ପ୍ରତିବର୍ଷ ଏଥିରେ ବିସ୍ପୋରଣ ଘଟି ଧନ ଜୀବନ କ୍ଷତି ହୋଇଥିଲେ ମଧ୍ୟ ଗ୍ରାମର ଲୋକେ ଏହାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି।ତେବେ ଆଜି ତିଗିରିଆ ପୋଲିସ ପକ୍ଷରୁ ପୁରୁଣା ତିଗିରିଆ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *