October 23, 2025
Home » ବିଭିନ୍ନ ରାଜ୍ୟର ପାରମ୍ପରିକ ଲୋକ ନାଚ ଗୀତ ସହ ଉଦଯାପିତ ହେଲା ହରାଗୌରୀ ବୁଢ଼ିମା ଯାତ୍ରା l

ବିଭିନ୍ନ ରାଜ୍ୟର ପାରମ୍ପରିକ ଲୋକ ନାଚ ଗୀତ ସହ ଉଦଯାପିତ ହେଲା ହରାଗୌରୀ ବୁଢ଼ିମା ଯାତ୍ରା l

0
WhatsApp Image 2025-10-15 at 5.22.21 PM

ସୁବର୍ଣ୍ଣପୁର — ଦୀର୍ଘ ଦଶ ଦିନ ଧରି ପାଳିତ ହୋଇ ଆସୁଥିବା ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶ୍ରୀ ହରଗୌରୀ ( ମା ବୁଢୀମା ଯାତ୍ରା) ବୁଧବାର ମହାପ୍ରଭୁ ଙ୍କ ସହର ପରିକ୍ରମା ଓ ବିଭିନ୍ନ ରାଜ୍ୟ ର ଲୋକ ଗୀତ,ଲୋକ ନାଚ ର ତାଳେ ତାଳେ ମଧ୍ୟାହ୍ନ ରେ ଉଦଯାପିତ ହୋଇଯାଇଛି l ଆଜି ନଗର ପରିକ୍ରମା ରେ ଓ ହରଗୌରୀ ଯାତ୍ରା ର ନବମ ଦିବସରେ ଗତ କାଲି ଶ୍ରୀ ହରଗୌରୀ ଙ୍କ ଯୁଗଳ ମୂର୍ତ୍ତି ସହ ମା ବୁଢୀମା ଙ୍କ ଦର୍ଶନ ପାଇଁ ଢେରାପଡା ଓ ସହର ଲୋକାରଣ୍ୟ ହୋଇ ଉଠିଥିଲା । ଗତ କାଲି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ଯ କ୍ରମ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ସମ୍ମାନିତ ଅତିଥି ଭାବରେ ବୀର ମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଯୋଗ ଦେଇ ଗୋଟେ ଦେବାଙ୍ଗ ସମ୍ପ୍ରଦାୟ ର ଯାତ୍ରା ଯେତେବେଳେ ଆଜି ଜିଲ୍ଲା ଉତ୍ସବ ଭଳି ପାଳିତ ହେଉଛି ସହର ଓ ଜିଲ୍ଲା ର ସବୁ ବର୍ଗ ର ଲୋକ ଙ୍କ ଭିତରେ ଏକତା ଭାଇଚାରା ଦେଖା ଦେଇଛି, ଠିକ ସେହିପରି ଆପଣ ମାନଙ୍କ ସମସ୍ତ ଙ୍କ ସହଯୋଗ ରହିଲେ ଜିଲ୍ଲା ପ୍ରଶାସନ ସହ ଯୋଡ଼ି ହେଲେ ଆମ ଜିଲ୍ଲା ର ଦୃତ ବିକାଶ ଘଟିବ ଓ କୌଣସି ଉନ୍ନୟନ ମୂଳକ କାର୍ଯ୍ଯ ରେ ବାଧା ହେବନି ବୋଲି କହିଥିଲେ l ଦେବାଙ୍ଗ ସମ୍ପ୍ରଦାୟ ର ଡାକ୍ତରୀ ଛାତ୍ରୀ କେ. ସ୍ନେହା , ଡାକ୍ତରୀ ଛାତ୍ର ଏ. ଅମୃତ ରାଓ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ର ଗଣିତ ଟପ୍ପର ଛାତ୍ରୀ ପୁଷ୍ପାଞ୍ଜଳି ପାତ୍ର ଙ୍କ ସମେତ ସୋନପୁର ର ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଗ୍ରୁପ୍, ଲାଇଟ୍, ସାଉଣ୍ଡ, ଟେଣ୍ଟ ମାଲିକ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଛି l ଛତିଶଗଡ଼ ର ଡିଜେ, ଉତ୍ତର ପ୍ରଦେଶ ର ଶିବ ତାଣ୍ଡବ ନାଚ, ଅଲେକ୍ସ ବାବା ମ୍ୟୁଜିକାଲ୍ ଟ୍ରୁପ, ବୌଦ୍ଧ ଭୋଇ ସାହି ର ବାଡି ଖେଳ, ଖଟଖଟିଆ ର ଶବର ଶବରେନ୍ ନୃତ୍ୟ, କଳାହାଣ୍ଡି ର ଘୁମୁରା, ବରଗଡ଼ ଘେଁସ ର ଘଣ୍ଟ ପାର୍ଟି, ମହଦା ର ବାଜା ସାଲ ସହ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ର ଲୋକ ଗୀତ ଲୋକ ନାଚ ର ତାଳେ ତାଳେ ଆଜି ହର ଗୌରୀ ଙ୍କ ନଗର ପରିକ୍ରମା ରେ ସହର କମ୍ପି ଉଠିଥିଲା l ଯାତ୍ରା ର ଲାଇଫ ସୋ ପ୍ରତିମୂର୍ତ୍ତି, ବିଭିନ୍ନ ମେଢ଼ ଓ ଆଜିର ନଗର ପରିକ୍ରମା ରେ ପାଖ ପଡୋଶୀ ଜିଲ୍ଲା ର ହଜାର ହଜାର ଲୋକ ଙ୍କ ଭିଡ଼ ଲାଗି ରହିଥିଲା l ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ଶାନ୍ତି ଶୃଂଖଳା ବ୍ୟବସ୍ଥା କରା ଯାଇଥିଲା l ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ମିଡ଼ିଆ ଓ ଦର୍ଶକ ଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଯାତ୍ରା କମିଟି ପକ୍ଷରୁ ସାଧୁବାଦ୍ ଓ କୃତଜ୍ଞତା ଜ୍ଞାପନ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *