ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ର ସୋନପୁର ଉପକାରାଗାର ପରିଦର୍ଶନ
ସୁବର୍ଣ୍ଣପୁର :ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଦେବାଶିଷ ଦାସ ଙ୍କ ତତ୍ୱାବଧାନରେ କମିଟି ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ପକୃତି ବନ୍ଧୁ ରାଜୀବ ଲୋଚନ ଗୁରୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଶିଶୁ ସୁରକ୍ଷା ଅଧିକାରୀ (ଅଣ-ଆନୁଷ୍ଠାନିକ ସେବା) ଗୌତମ ମହାପାତ୍ର ପ୍ରମୁଖ ଉପକାରାଗାର କୁ ଯାଇ ଅନ୍ତେବାସୀଙ୍କ ସହ ଏକ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କାରାଗାରରେ ଥିବା ଅନ୍ୟ କଏଦୀଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ l କିନ୍ତୁ କୌଣସି ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ l ପରିଦର୍ଶନ ସମୟରେ ଉପକାରାଗାର ର ଡା. ପ୍ରସନ୍ନ କୁମାର ମିଶ୍ର ଉପସ୍ଥିତ ଥିବାବେଳେ ଉପକାରାଗାର ର ଅଧ୍ୟକ୍ଷ ଡିଲେଶ୍ୱର ଜେନା କମିଟି କୁ ପରିଦର୍ଶନ ସମୟ ରେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
