ଜିଲ୍ଲା ମହିଳା ଯୋଗ ସମିତି ର ପ୍ରତ୍ୟହ ଯୋଗ ଶିବର କୁ ଉଦଘାଟନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ମହିଳା ଯୋଗ ସମିତି ର ଏକ ପ୍ରତ୍ୟହ ଯୋଗ ଶିବିର କୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ l ଏକ ସୁସ୍ଥ ଶରୀର ପାଇଁ ଓ ସବୁ ସମସ୍ୟା ର ସମାଧାନ ପାଇଁ ଦୈନିକ ଏକ ଘଣ୍ଟା ଯୋଗ କରିବାକୁ ହେବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ମତ ରଖିଛନ୍ତି l ସମସ୍ୟା ବିନା ଏ ଜୀବନ କୁ ପରିକଳ୍ପନା ହେବନି ସ୍ବୀକାର କରି ହେବନି ବୋଲି ମତ ପ୍ରକାଶ କରିଥିଲେ l ସଂସାର କୁ ତ୍ୟାଗ ନୁହେଁ ଏ ସଂସାର ଭିତରେ ଯୋଡି ହୋଇ ଯୋଗାଭ୍ୟାସ କରିବା ଓ ଏ ସୁନ୍ଦର ଜୀବନ କୁ ସମାଜ କୁ ସଂସ୍କାର କରିବା ବୋଲି ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ l ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଯୋଗ ର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ଅନ୍ୟାନ୍ୟ ଅତିଥି ଗଣ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ପତଞ୍ଜଳି ଯୋଗ ସମିତି ମହା ମନ୍ତ୍ରୀ ଅନିତା ମେହେର, ଜିଲ୍ଲା ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା, ଜିଲ୍ଲା ଯୋଗ ସମିତି କୋଷାଧ୍ୟକ୍ଷ ଦେବ ରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଗତ ଆସିଷ୍ଟାଣ୍ଟ ଯୋଗ ଟିଚର ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଥିବା ପର୍ଶୁରାମ ବଡ଼ମାଳୀ, ଉମାକାନ୍ତ ମେହେର, ସୁଶୀଲ ପରାଧୀଆ ଓ ସ୍ଵାଗତିକା ମହାପାତ୍ର,ରାଜ ଲକ୍ଷ୍ମୀ ସାହୁ, ସୁଦୟା ପୁରୋହିତ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା। ସଂଯୋଜିକା କଲ୍ୟାଣୀ ପାଣିଗ୍ରାହୀ ସଭାକାର୍ଯ୍ୟ କୁ ସଂଯୋଜନା କରି ଅତିଥି ସ୍ଵାଗତ କରି ଥିଲେ। ଦିବ୍ୟ ଉର୍ଜ୍ୟା ଯୋଗ ସେବା ସମିତି ର ମିଡିଆ ସେଲର ମନୋରଞ୍ଜନ ତ୍ରୀପାଠୀ , ଯୋଗ ସାଧିକା ଅର୍ଚ୍ଚନା ମିଶ୍ର, ନମିତା ମିଶ୍ର, ଭାଗ୍ୟ ଲକ୍ଷ୍ମୀ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଚମରା ବିଶି, ଜେନା ବାବୁ, ସଂସ୍କୃତି ବିଭାଗ ର କାହୁଁ ମେହେର ଓ ଯୋଗ ସମିତିର ସମସ୍ତ ସଦସ୍ୟ ସହଯୋଗ କରି ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
