October 23, 2025
Home » ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ମାଗଣାରେ ଶିଶୁମାନଙ୍କ ହୃଦରୋଗ ପରୀକ୍ଷା ଶିବିର”

ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ ମାଗଣାରେ ଶିଶୁମାନଙ୍କ ହୃଦରୋଗ ପରୀକ୍ଷା ଶିବିର”

0
WhatsApp Image 2025-10-18 at 1.27.14 PM (1)

 

ବରଗଡ :- ୧୭/୧୦/୨୦୨୫ରିଖ ଶୁକ୍ରବାର ଦିନ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଠାରେ ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ବରଗଡ଼ ଅଧିନରେ କଳିଙ୍ଗ ହସ୍ ପିଟାଲ ଭୂବନେଶ୍ୱର ହୃଦ୍ ରୋଗ ବିଶେଷଜ୍ଞଙ୍କ ସହାୟତାରେ ଏକ ମାଗଣା ଶିଶୁମାନଙ୍କ ଏକ ହୃଦ୍ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିରକୁjn ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ଅନୁଷ୍ଠାଡ଼ିକ ଭାବରେ ଫିତାକାଟି ଉଦ୍‌ଘାଟନ କରିଥିଲେ । । ଏହି କାର୍ଯ୍ୟକ୍ରମରେ ସମଗ୍ର ବରଗଡ଼ ଜିଲ୍ଲାର 12ଟି ବ୍ଳକ୍ ରୁ ରାଷ୍ଟ୍ରିୟ ବାଳ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ କାର୍ଯ୍ୟ କରିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ୧୨୧ ଜଣ ଶିଶୁଙ୍କୁ ଆଣି ପଞ୍ଜିକୃତ କରାଇଥିଲେ । କଳିଙ୍ଗ ହସ୍‌ ପିଟାଲ ଭୁବନେଶ୍ଵରର ଡାକ୍ତର ପଙ୍କଜ ମିଶ୍ର, ଡାକ୍ତର ମନ୍ମୟ ପାଢୀ ଏବଂ ତାଙ୍କ ଟିମ୍ ସମସ୍ତ ଶିଶୁମାନଙ୍କର ECHO ପରୀକ୍ଷା କରିଥିଲେ । ତନ୍ମଧ୍ଯରୁ ୪୭ଜଣଙ୍କ ଭିତରେ ହୃଦ୍ ରୋଗ ସମସ୍ୟା ଚିହ୍ନଟ କରାଯାଇଥିଲା । ଏବଂ ସମସ୍ତଙ୍କ ଚିକିତ୍ସା ମାଗଣାରେ କଳିଙ୍ଗ ହସ୍ ପିଟାଲରେ RBSK ପ୍ରୋଗାମ ଅଧିନରେ ହେବାର ବ୍ୟବସ୍ଥା କରାଯାଇଛି ।

୯ ଜଣ ଶିଶୁଙ୍କ ଭିତରେ ଗଭୀର ସମସ୍ୟା ଥିବାରୁ ତାଙ୍କୁ ରାଜ୍ୟ ବାହାରକୁ ପ୍ରେରଣ କରାଯାଇ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସୁବାଷ ଅଗ୍ରୱାଲ, DPM ଶ୍ରୀଯୁକ୍ତ ଦୀପକ କୁମାର ସାହୁ, hospital Manager ସ୍ଥିତି ପ୍ରଜ୍ଞ ଦାସ, ଡି,ଇ,ଆଇ, ସି,ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ରାଷ୍ଟ୍ରିୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ଗୁରୁ କୁମାର ଭୋଇ ସମଗ୍ର ଶିବିର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

 

ବରଗଡ଼ ଜିଲ୍ଲା ଇପିଏରୁ କ୍ଷମାନିଧି ବଣ୍ଡୁକଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସି)

Leave a Reply

Your email address will not be published. Required fields are marked *