February 25, 2026
Home » ଉଦ୍ଘାଟିତ ହେଲା ଜିଲ୍ଲାସ୍ତରୀୟ ଓପନ ଚେସ ଖେଳ ପ୍ରତିଯୋଗିତା

ଉଦ୍ଘାଟିତ ହେଲା ଜିଲ୍ଲାସ୍ତରୀୟ ଓପନ ଚେସ ଖେଳ ପ୍ରତିଯୋଗିତା

0
unnamed--
ନୟାଗଡ଼ : ନୟାଗଡ଼ ସ୍ଥାନୀୟ କେସି କ୍ଳବ୍ ଠାରେ ଜିଲ୍ଲାସ୍ତରୀୟ ଓପନ ଚେସ ଖେଳ ପ୍ରତିଯୋଗିତାକୁ ପୂର୍ବତନ କନ୍ଧମାଳ ସାଂସଦ ,ନୟାଗଡର ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ କରକମଳରେ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଚେସ ଖେଳ ଦୁଇ ଦିନଧରି ଜିଲ୍ଲା ଚେସ ଆସୋସିଏସନ,ଅଲ ଓଡ଼ିଶା ଚେସ ଆସୋସିଏସନ ଓ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଚାଲୁରହିବ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦାନ କରିଥିବା ଅଭିଷେକ ଆଚାର୍ଯ୍ୟଙ୍କୁ ଉପଢୌକନ ଏବଂ ଟ୍ରଫି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଉପସଭାପତି ବାଲା୍ରସେନ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ରାଜ୍ୟ ପ୍ରତିନିଧି ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ,ସହ ସମ୍ପାଦକ ଉମାକାନ୍ତ ମିଶ୍ର, ପରିଚାଳନା କମିଟି ସଦସ୍ୟ ଅଜିତ କୁମାର ମିଶ୍ର ,ସଞ୍ଜୟ କୁମାର ସ୍ବାଇଁ ,ବିଶ୍ବରଂଜନ ଦାସ ,ଧିରେନ ପ୍ରଧାନ, ଭିକାରି ଚରଣ ଦାସ ଓ ପ୍ରକାଶ କୁମାର ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *