November 12, 2025
Home » ୪୩ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଦଣମହାବିଦ୍ୟା ଉତ୍ସବ – ୨୦୨୫ ମହାଆଡମ୍ବରରେ ପାଳିତ

୪୩ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଦଣମହାବିଦ୍ୟା ଉତ୍ସବ – ୨୦୨୫ ମହାଆଡମ୍ବରରେ ପାଳିତ

0
WhatsApp Image 2025-10-25 at 10.15.56 PM

 

*”ନମସ୍ତେ ଶରଣ୍ୟେ ଶିୱେ ସାନୁକମ୍ପେ ନମସ୍ତେ ଜଗଦ୍ଦୟାପିକେ ୱିଶ୍ୱରୁପେ ..
ନମସ୍ତେ ଜଗଦବ°ନ୍ଦ୍ୟା-ପାଦରବିନ୍ଦେ ନମସ୍ତେ ଜଗତ୍ତାରିଣି ତ୍ରାହି ଦୁର୍ଗୈ।”*

ରାୟଗଡ଼ା ସହରର ବ୍ଲକ କଲୋନି ସ୍ଥିତ କାଳୀପୂଜା ମଣ୍ଡପରେ ୪୩ ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଦଣମହାବିଦ୍ୟା ଉତ୍ସବ – ୨୦୨୫ ଫ୍ରେଣ୍ଡସ୍ ୟୁଥ୍ ଆସୋସିଅସନ୍ ଆନୁକୂଲ୍ୟରେ ମହା ଆଡମ୍ବରରେ ପାଳିତ ହେଉଅଛି। ଚଳିତ ବର୍ଷ ମା ଜଗତ ଜନନୀ କାଳୀପୁଜା ଚଳିତ ମାସ ତା. ୨୦-୧୦-୨୦୨୫ ରିଖ (ସୋମବାର) ଦିପାବଳୀ ଅମାବାସ୍ୟା ମଧ୍ୟରାତ୍ର ଠାରୁ ତା.୩୧-୧୦ – ୨୦୨୫ ରିଖ (ଶୁକ୍ରବାର) ପର୍ଯ୍ୟନ୍ତ ଚାଲୁଥିବା ଉକ୍ତ ପୂଜାର୍ଚ୍ଚନା ପାଇଁ ବାଲେଶ୍ଵର ,ଭଦ୍ରକରୁ ଆସିଥିବା ପୂଜକ ସତ୍ୟନାରାୟଣ କର,
ଭଜମନ ହୋତା,ଆଦିତ୍ୟ ପାଣି,ରାକେଶ ପଣ୍ଡା,ଶୁଭେନ୍ଦୁ ପାଣିଙ୍କ ଦ୍ଵାରା ପ୍ରାରମ୍ଭରେ ୨୦-୧୦-୨୫ ତାରିଖ ଦିନ ସକାଳ ମାଆଙ୍କ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ମଣ୍ଡପ ସାଲାସୁଦ୍ଧି, ଆବାହନ ଓ ବିଲ୍ଵବରଣ, କଳସ ଆବାହନ, ଅଧିବାସ ସରିବା ପରେ ସନ୍ଧ୍ୟାରେ ଦେବୀମାଆଙ୍କ ସ୍ଵାଗତ ପୂଜା, ସାଲା ମଣ୍ଡପ ମଧ୍ୟ କଳସ ପ୍ରବେଶ, ଦ୍ଵାରପାଳ,ପ୍ରାଣପ୍ରତିଷ୍ଠା, ନିଶିପୂଜା, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ ହୋଇଥିଲା। ପୁଜକମାନେ ଭୌତିକ ଜଗତର ଦୁଃଖରୁ ସୁରକ୍ଷା ଏବଂ ମୁକ୍ତି ପାଇଁ  ଦୁର୍ଗା ଅପଦୁଦ୍ଧାରକ (ଦୁର୍ଗାପଦୁଦ୍ଧରସ୍ତାଭରାଜ) ସ୍ତୋତ୍ରମ ପଠନ କରି ପ୍ରାର୍ଥନା କରୁଛନ୍ତି।

ଏହାପରେ ୨୧-୧୦-୨୫ ତରିଖରୁ ୩୦-୧୦-୨୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଦଶ ରୂପ ମା ଗୁରୁତାରା ପୂଜା,ମା ତ୍ରିପୁରା ସୁନ୍ଦରୀ ପୂଜା,ମା ଭୂବନେଶ୍ବରୀ ପୂଜା,ମା ତ୍ରିପୁରା ଭୈରବୀ ପୂଜା,ମା ଛିନ୍ନମସ୍ତା ପୂଜା,ମା ଧୂମାବତୀ ପୂଜା, ମା ବଗଳାମୁଖୀ ପୂଜା, ମା ମାତଙ୍ଗିନୀ ପୂଜା,ମା କମଳାତ୍ମିକା/ ମହାଲକ୍ଷ୍ମୀପୂଜା, ବାଲ୍ୟ କୁମାରୀ ପୂଜା ସହ ପୁର୍ଣାହୁତି ସହ ସମ୍ପନ୍ନ ହେବ। ତାପରେ ୩୧-୧୦-୨୫ ତାରିଖ ସକାଳ ୯.୦୦ ଘଣ୍ଟିକ ସମୟରେ ମାଆ ଜଗତ ଜନନୀ କାଳୀ ବିସର୍ଜନ ହେବେ।
କାର୍ତ୍ତିକ ମାସର ଅମାବାସ୍ୟା ରାତିକୁ ଆଧ୍ୟାତ୍ମିକ ଭକ୍ତି ଏବଂ ନକାରାତ୍ମକତାର ବିନାଶ ପାଇଁ ଏକ ଶକ୍ତିଶାଳୀ ରାତି ଭାବରେ ବିବେଚିତ ଦୀପାବଳି ସହିତ ମାଆ କାଳୀଙ୍କ ପୂଜାର ଏହି ଉତ୍ସବଟିକୁ ତୀବ୍ର ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଚିହ୍ନିତ ଦେବୀ କାଳୀଙ୍କୁ ଦୁଷ୍ଟତାର ବିନାଶକାରୀ ଭାବରେ ମହାସମାରୋହରେ ଉତ୍ସବ, ପୂଜାର୍ଚ୍ଚନା, ସଂକୀର୍ତ୍ତନ ଏବଂ ଦୀପ ପ୍ରଜ୍ଜ୍ୱଳନ ସହିତ ଦେବୀ ମାତାଙ୍କ ପ୍ରତି ଗଭୀର ଭକ୍ତିରେ ଭକ୍ତବୃନ୍ଦ ଭକ୍ତିମୟ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା କରୁଛନ୍ତି ।
ଏଥିସହ ୪୩ ତମ ମାଆ କାଳୀପୂଜା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ରାୟଗଡ଼ା, ଜେକେପୁର,ପଦ୍ମପୁର ଅଞ୍ଚଳର କଳାକାରଙ୍କ ଦ୍ୱାରା ବିଭିନ୍ନ ସଙ୍ଗୀତ,ଭଜନ,ନୃତ୍ୟ ପରିବେଷିତ କାର୍ଯ୍ୟକ୍ରମ ଆକୃଷ୍ଟ ହୋଇଥିବା ବେଳେ କଟକର ମେଲୋଡି ଅର୍କେଷ୍ଟ୍ରା ଗ୍ରୁପ ଡ୍ୟାନ୍ସ, ଆନ୍ଧ୍ରର ଗ୍ରୁପ ଡ୍ୟାନ୍ସ ବିଶେଷ ରହିଛି।
ଉକ୍ତ ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କାଳୀପୂଜା ଉତ୍ସବ କମିଟିର ସଭାପତି ଓ ସାଧାରଣ ସଂପାଦକ ଶିବ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ ସଭ୍ୟବୃନ୍ଦଙ୍କ ସହଯୋଗରେ ମହାଆଡମ୍ବରରେ ଚାଲୁରହିଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *