November 13, 2025
Home »  ଏମ୍.ଗଣ୍ଡପାଲି ୨ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ଏମ୍.ଗଣ୍ଡପାଲି ୨ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
WhatsApp Image 2025-10-27 at 3.42.33 PM (1)

 

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏମ୍.ଗଣ୍ଡପାଲି ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମରେ ଅମରଦୀପ ଯୁବକ ସଂଘ ତରଫରୁ ତୃତୀୟ ରାଜ୍ୟ ସ୍ତରୀୟ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ, ଅମୃତଧାରା ନର୍ସିଂହୋମ୍ ଚେୟାରମେନ୍ ଯଶୋବନ୍ତ ମେହେରଙ୍କ ସମେତ ଯୋଗିନ୍ଦ୍ର ପଧାନ, ସମାଜସେବୀ ରମେଶ କୁମ୍ଭାର, ନାରେନ ବୁଧିଆ, ଅରବିନ୍ଦ ମହାନନ୍ଦ, ଅଶ୍ବିନୀ ମୁନା ଆଦି ଅତିଥିଗଣ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟ ସ୍ତରୀୟ ଫୁଟବଲ ଖେଳକୁ ଉପଭୋଗ କରିଥିଲେ ।

ପ୍ରଥମ ଦିନ ବରଗଡ- କୁଚିଣ୍ଡା, ସୁନ୍ଦରଗଡ- ଝାରସୁଗୁଡା, ବୀରମହାରାଜପୁର- ରେଙ୍ଗାଲି, ରାଉରକେଲା- ଅମୃତଧାରା ମଧ୍ୟରେ ଖେଳ ହୋଇଥିବା ବେଳେ ଦ୍ବିତୀୟ ଦିନ କୁଚିଣ୍ଡା-ସୁନ୍ଦରଗଡ, ରେଙ୍ଗାଲି-ଅମୃତଧାରା ଦଳ ସେମି ଫାଇନାଲ ଖେଳ ଖେଳିଥିଲେ । ସୁନ୍ଦରଗଡ ଓ ଅମୃତଧାରା ଦଳ ଦ୍ବୟ ସେମି ଫାଇନାଲ ରେ ବିଜୟ ହାସଲ କରି ଫାଇନାଲ ଖେଳରେ ପାରଦର୍ଶିତା ପ୍ରଦର୍ଶନ କରିବା ସୌଭାଗ୍ୟ ହାସଲ କରିଥିଲେ ।

ପରିଣାମ ସ୍ବରୂପ ସୁନ୍ଦରଗଡ ଦଳ ଚମ୍ପିଆନସିପ୍ ହୋଇ ବିଜେତା ଟ୍ରଫି ହାସଲ କରିବା ସହିତ ନଗଦ ପୁରଷ୍କାର ରାଶି ୮୦,୦୦୦/- ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ଉପ-ବିଜେତା ଅମୃତଧାରା ଦଳକୁ ଟ୍ରଫି ସମେତ ୬୦,୦୦୦/- ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କ୍ରୀଡାବିତ୍ ମାନେ ଉପସ୍ଥିତ ରହି ଖେଳ ପରିଚାଳକ ଭାବେ ବିଶେଷ ଭୂମିକା ନିଭାଇଥିବା ବେଳେ ଋଷୁଭ ବିଶି, ଟଙ୍କଧର ବାଗ ଓ ଭାଗିରଥୀ ପଟେଲ ଉଦଘୋଷକ ଭାବେ ଦାୟିତ୍ବ ତୁଳାଇଥିଲେ । ଅମରଦୀପ ଯୁବକ ସଂଘର ସଭାପତି ଅନଙ୍ଗରାଜ ବାରିକ ଓ ସମ୍ପାଦକ ପ୍ରମୋଦ ପଧାନଙ୍କ ତତ୍ତ୍ବାବଧାନରେ ପରେଶ ପଧାନ, ହେମଚନ୍ଦ୍ର ସାହୁ, ରାଧାବଲ୍ଲଭ ପଧାନ ସମେତ ସଦସ୍ୟ ଓ ଗ୍ରମବାସୀମାନେ ସହଯୋଗ କରିଥିଲେ । ପଡିଆରେ ହଜାର ସଂଖ୍ୟାରେ କ୍ରୀଡାପ୍ରେମୀଙ୍କ ଭିଡ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା ।

ବରଗଡ଼ ଜିଳ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ଏଜେନ୍ସୀ)

Leave a Reply

Your email address will not be published. Required fields are marked *