October 30, 2025
Home » ଏମକେସିଜି ମେଡିକାଲକୁ ୩୨ ତମ ଶରୀର ଦାନ

ଏମକେସିଜି ମେଡିକାଲକୁ ୩୨ ତମ ଶରୀର ଦାନ

0
WhatsApp Image 2025-10-29 at 6.33.40 PM

ବ୍ରହ୍ମପୁର, : ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଗବେଷଣାତ୍ମକ ଜ୍ଞାନର ବୃଦ୍ଧି ଲାଗି ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ମୃତ୍ୟୁ ପରେ ୩୨ ତମ ଶରୀର ଦାନ ମିଳିଛି l ବ୍ରହ୍ମପୁର ଶାନ୍ତି ନଗର ନିଵାସୀ ୫୫ ବର୍ଷୀୟା କେ.ଭାଗ୍ୟଲକ୍ଷ୍ମୀ ଗତକାଲି ରାତି ୯ ଘଣ୍ଟା ସମୟରେ ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଦୁଇ ଭଉଣୀ କେ.ଭବାନୀ ଭିଲାଇ ରେ ଓ ବୀଣା ବେଙ୍ଗାଲୁରରେ ରହୁଛନ୍ତି। ସେମାନଙ୍କ ସହମତିରେ ଆଜି ମାନବବାଦୀ ହେତୁବାଦୀ ସଂଗଠନ, ଗଂଜାମ ଜିଲ୍ଲା ଶାଖା ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ସଭ୍ୟଙ୍କ ସହଯୋଗରେ ଭାଗ୍ୟଲଷ୍ମୀଙ୍କ ମୃତଶରୀର ୧୧ଘଣ୍ଟା ସମୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହବିଦ୍ୟାଳୟର ଆନାଟାମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଟି ଙ୍କୁ ହସ୍ତାନ୍ତର କରାଯାଇଛି l ମୃତ ଶରୀରଟି ମେଡିକାଲ ଛାତ୍ରୀଛାତ୍ରଙ୍କ ପାଠ ପଢା ଓ ଗବେଷଣା ପାଇଁ ନିୟୋଜିତ ହୁଏ l ପ୍ରତିବର୍ଷ ପ୍ରଥମ ବର୍ଷର ୧୦ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଗୋଟିଏ ମୃତ ଶରୀର ଆବଶ୍ୟକତା ରହୁଥିବା ବେଳେ ମାନବବାଦୀ ହେତୁବାଦୀ ସଂଗଠନ ଭଳି ଅନ୍ୟାନ୍ୟ ସଂଗଠନର ଏହିଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରଫେସର ଡ଼ା.ପୃଷ୍ଟି କହିଥିଲେ। ଏହି କାର୍ଯ୍ୟକ୍ରମରେ ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି, ଉପସଭାପତି କିଶୋର ଚନ୍ଦ୍ର ମିଶ୍ର, ସୁନେଜ କୁମାର ପାଣିଗ୍ରାହୀ, ଜମ୍ମୁଲା ସୁରେଶ, ଡି.ମୋହନ ରାଓ, କେ.ବାସବା ରାଜୁ, ପ୍ରତାପ ପ୍ରଧାନ ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଗଞ୍ଜାମ ଜିଲ୍ଲା ସଭାପତି ଅବନୀ ଗୟା, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଳବର କେ.ନାଗେଶ୍ୱର ରାଓ, କେ.ଶାରଦା ସେନାପତି, ଏସ.ହରିକା ପ୍ରମୁଖ ଏହି ମହତ କାର୍ଯ୍ୟରେ ଯୋଗଦେଇଥିଲେ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *