ସନ୍ତରଣ ରେ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ସ୍ଵପ୍ନଜିତ୍ ଙ୍କ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ
l ସୁବର୍ଣ୍ଣପୁର — ଗତକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେଜିଓନାଲ ସ୍ପୋର୍ଟସ ମିଟ ଅବସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ସୁବର୍ଣ୍ଣପୁର ଜିଲ୍ଲା ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ସ୍ବପ୍ନଜିତ ସତର ବର୍ଷ ରୁ କମ ବୟସ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉଭୟ ପଚାଶ ମିଟର ଫ୍ରି ଷ୍ଟାଇଲ ସନ୍ତରଣ ରେ ସ୍ବର୍ଣ୍ଣ ପଦକ ଓ ଏକ ଶହ ମିଟର ଫ୍ରି ଷ୍ଟାଇଲ ସନ୍ତରଣ ରେ ରୌପ୍ୟ ପଦକ ହାସଲ କରି ବିଦ୍ୟାଳୟ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଗତ ମାସ ରେ ମଧ୍ୟ ସେ ସୁବର୍ଣ୍ଣପୁର ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣା ଗାର ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଚାମ୍ପିଅନ ହୋଇଥିଲେ ଓ ବିଗତ ବର୍ଷ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ସେ ସନ୍ତରଣ ରେ ଦୁଇଟି ପଦକ ଲାଭ କରିଥିଲେ।ପିଲାଟି ଦିନରୁ ତାଙ୍କ ସନ୍ତରଣ ରେ ଆଗ୍ରହ ପ୍ରକାଶ ଦେଖି ବାପା ଶ୍ରୀ ଅଜିତ୍ ଲାଲ୍ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ବର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣା ଗାର ରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ଛାଡିଥିଲେ।ସନ୍ତରଣ କୋଚ୍ ଶ୍ରୀ ସଞ୍ଜୟ କୁମାର ପାଣ୍ଡେ ଓ ଅନ୍ୟ ସହଯୋଗୀ କୋଚ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଏହି ସଫଳତା ହାସଲ କରିଛନ୍ତି।
ଏଥିପାଇଁ ସେ ନିଜ ପରିବାର ବର୍ଗ ଙ୍କ ସହିତ ସୁବର୍ଣ୍ଣପୁର ସନ୍ତରଣାଗାର ର ସମସ୍ତ କୋଚ୍ ଓ କେନ୍ଦ୍ରୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭବିଷ୍ୟତ ରେ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ତଥା ଦେଶ ପାଇଁ ଗୌରବ ଆଣିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି l
ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ, ସୁବର୍ଣ୍ଣପୁର
ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )