December 27, 2025
Home » ମାନସିକ ଅସହାୟ ମହିଳା ଓ ପୁରୁଷ ଙ୍କ ପାଇଁ ମିଶନ ଆଶ୍ରା ଉଦଘାଟିତ

ମାନସିକ ଅସହାୟ ମହିଳା ଓ ପୁରୁଷ ଙ୍କ ପାଇଁ ମିଶନ ଆଶ୍ରା ଉଦଘାଟିତ

0
WhatsApp Image 2025-11-01 at 12.55.39 PM

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ପୁରୁଣା ଜିଲ୍ଲା ଚିକିତ୍ସାଲୟ ପରିସରରେ ଓଡିଶା ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ସହାୟତା ରେ ପିପୁଲ ଫୋରମ ଦ୍ୱାରା ପରିଚାଳିତ ମାନସିକ ଅସହାୟ ମହିଳା ଓ ପୁରୁଷ ଙ୍କ ପାଇଁ ମିଶନ ଆଶ୍ରା ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ, ରାଜେନ୍ଦ୍ର ମାଝୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଶ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ ଯୋଗ ଦେଇଥିଲେ, ଏଥିରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ମାନସିକ ଅସୁସ୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *