ପାରାଦୀପ ବନ୍ଦର ପକ୍ଷରୁ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ
ପାରାଦୀପ: : ରାଷ୍ଟ୍ରୀୟ ଏକାତା ଦିବସ ପାଳନ ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଗଣଦୌଡ ଆୟୋଜିତ ହୋଇଥିଲା । ପାରାଦୀପ ବନ୍ଦର ଭାରପ୍ରାପ୍ତ ଉପାଧ୍ୟକ୍ଷ କ୍ୟାପଟେନ୍ ଅଲେଖ ଚରଣ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍ଦ୍ଦାର ପେଟଲଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆୟୋଜିତ ଦୌଡ କାର୍ଯ୍ୟକ୍ରମକୁ କ୍ୟାପଟେନ ଶ୍ରୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦୌଡ କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧିକାରୀ, ଜିକେଏସର କ୍ରୀଡାବିତ୍, ପାରାଦୀପ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଓଡିଶା ମେରିଟାଇମ ଏକାଡେମୀର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
