November 14, 2025
Home » ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆରକ୍ଷୀ ବାହିନୀର ଗଣ ଦୌଡ ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆରକ୍ଷୀ ବାହିନୀର ଗଣ ଦୌଡ ଅନୁଷ୍ଠିତ

0
1000783772

filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 0; cct_value: 5875; AI_Scene: (-1, -1); aec_lux: 70.75458; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 44;

ନୟାଗଡ: ନୟାଗଡ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ଦିବସ ରୂପେ ପାଳିତ ହୋଇ ଯାଇଛି ।ସକାଳ ୭ ଘଟିକା ସମୟରେ ଜିଲ୍ଲା  ଏସପି ଏସ ସୁଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଗଣ ଦୌଡ଼ରେ ସାମିଲ ହୋଇଥିବା ଆରକ୍ଷୀ ବାହିନୀ କୁ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ଶପଥ ପାଠ କରାଇଥିଲେ ।

ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସଚେତନତା ବାର୍ତ୍ତା ନେଇ ଏସପିଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀର ଗଣଦୌଡ ଜଗନ୍ନାଥ ମନ୍ଦିର ଠାରୁ ବାହାରି ପୁରୁଣା ସହର ଓ ନୟାଗଡ ବଜାର ଦେଇ ଗୋଲେଇ ଛକଠାରେ ସମାପନ ହୋଇଥିଲା ।ଏହି  ଗଣ ଦୌଡରେ ଆଡସିନାଲ ଏସପି ସୁବାସ ପଣ୍ଡା , ପିଟିଏସ ପ୍ରିନ୍ସପାଲ ଭବେଶ ନାୟକ , ଏସ ଡି ପି ଓ ଜ୍ୟୋତିରଂଜନ ସାମନ୍ତରାୟ ,ଆର ଆଇ ବିରଞ୍ଚି ସାହୁ ,ଟାଉନ ଆଇ ଆଇ ସି ଓ  ସଦର ଆଇ ଆଇ ସି ଶରତ ସେଠୀ  ସକ୍ରିୟ ଅଂଶ ଗ୍ରହଣ କରି ଗଣ ଦୌଡକୁ ସଫଳ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *