ପଞ୍ଚୁକ ପ୍ରଥମ ଦିନରେ ଅସମ୍ଭାଳ ଭିଡ
ଶ୍ରୀ ମନ୍ଦିର ରେ ପଞ୍ଚୁକ ପ୍ରଥମ ଦିନରେ ଅସମ୍ଭାଳ ଭିଡ ହୋଇଚି। ଫଳରେ ଭକ୍ତ ଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ପାଇଁ କାଠିକର ପାଠ ହୋଇଚି। ତେବେ କେତେକ ଭକ୍ତ ସିଂହ ଦ୍ଵାର ବ୍ୟାରିକେଡ଼ ରେ ନ ଯାଇ ଭିଭିଆଇପି ଯିବା ପାଇଁ ଥିବା ରାସ୍ତା ନିକଟ ରେ ଭିଡ ଜମାଇଥିଲେ। ହେଲେ ଅତ୍ୟଧିକ ଭିଡ ହେବାରୁ ପୋଲିସ ଭକ୍ତ ଙ୍କ ଭିଡ କୁ ନିୟନ୍ତ୍ରଣ କରିପାରିନଥିଲା। ଭକ୍ତ ମାନେ ଭିଭିଆଇପି ଙ୍କ ଯିବା ରାସ୍ତା ରେ ଥିବା ବ୍ୟାରିକେଡ଼ କୁ ଠେଲି ଜୋଜବରଦସ୍ତ ପ୍ରବେଶ କରିଥିଲେ। ଫଳରେ ଠେଲା ପେଲା ସୃଷ୍ଟି ହୋଇଥିଲା। ଏହି ଠେଲାପେଲା ରେ ୨ ଜଣ ମହିଳା ତଳେ ପଡିଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ଉପସ୍ଥିତ ପୋଲିସ ଉକ୍ତ ମହିଳା ଙ୍କୁ ଭିଡ ରୁ ଉଦ୍ଧାର କରିଥିଲେ। ଫଳରେ ଏକ ବଡ ଅଘଟଣ ଟଳି ଯାଇଛି। ତେବେ ଭକ୍ତ ଙ୍କ ମାନଙ୍କ ପ୍ରବେଶ ପାଇଁ ସିଂହ ଦ୍ଵାର ବ୍ୟାରିକେଡ଼ ଥିବା ବେଳେ କିଭଳି କିଛି ଭକ୍ତ ଏହି ବାଟେ ନ ଯାଇ ଭିଭିଆଇପି ଙ୍କ ପ୍ରବେଶ ଥିବା ବ୍ୟାରିକେଡ଼ ନିକଟ ରେ ପହଞ୍ଚିଥିଲେ ସେ ନେଇ ପ୍ରଶ୍ନ ଉଠିଛି। କାହିଁକି ସେଠାରେ ଭିଡ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ ନଥିଲେ ଓ ବରିଷ୍ଠ ପୋଲିସ ଅଧିକାରୀ କେଉଁଠି ଡ୍ୟୁଟି ରେ ଥିଲେ ସେ ନେଇ ପ୍ରଶ୍ନ ଉଠିଛି। ଯଦି ଠେଲା ପେଲା ରେ କିଛି ବଡ ଅଘଟଣ ହୋଇ ଥାଆନ୍ତା କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି।ତେବେ ଭିଭିଆଇପି ଙ୍କ ରାସ୍ତା ରେ କିଛି ଭକ୍ତ ଙ୍କୁ ଗଳା ବାଟ ରେ ଛଡା ଯାଉଥିବା ଦେଖିବା ପରେ ସେପଟେ ଯିବା ପାଇଁ ଭକ୍ତ ଙ୍କ ଭିଡ ହୋଇଥିଲା। ଯାହାକି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଶ୍ରୀ ମନ୍ଦିର କୁ ପ୍ରବେଶ ପାଇଁ ଅପେକ୍ଷା କରିଥିବା ଭକ୍ତ ମାନେ ବ୍ୟାରିକେଡ଼ ଠେଲି ପ୍ରବେଶ କରିଥିଲେ। ଫଳରେ ଠେଲା ପେଲା ହୋଇ ଦୁଇ ମହିଳା ତଳେ ପତିଯାଇଥିଲେ। ତେବେ ପଂଚୁକ ରେ ଭିଡ ନିୟନ୍ତ୍ରଣ ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ଥିବା ପୁରୀ ଏସପି ଗତକାଲି କହିଥିଲେ। ତେବେ ଆଜି ଠେଲା ପେଲା ସ୍ଥିତି ଉପୁଜିଥିବା ବେଳେ ପୋଲିସ ର ଖାମ୍ ଖିଆଲି ନୀତି କୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣା ରେ ପୁରୀ ଏସପି ପ୍ରତୀକ ସିଂ ଙ୍କ ପ୍ରତିକ୍ରିୟା ମିଳପାରିନାହିଁ।
